Odisha Link
Bridging the Missing Links in Odisha

ନବୀନଙ୍କ ନାମ ନେଇ ପାରି ହେଉଛନ୍ତି କିଛି ମନ୍ତ୍ରୀ: ପ୍ରଦୀପ

ଭୁବନେଶ୍ବର: ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ। ହେଲେ ଶାସକ ଦଳକୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଯେତିକି ଅଡୁଆରେ ପକାଉ ନାହାନ୍ତି ତାଠୁ ଅଧିକ ଶାସକ ଦଳର ବିଧାୟକ ପକାଉଛନ୍ତି। ଯାହାକୁ ନେଇ ବେଶ୍‌ ସରଗରମ ରହୁଛି ବିଧାନସଭା। ଆଜି ଗୃହରେ ବିଜେଡି ବିଧାୟକ ଆଣିଥିବା ଅଭିଯୋଗ ବେଶ୍‌ ଚର୍ଚ୍ଚାରେ ରହିଛି। ସେ କହିଛନ୍ତି ଯେ, ନବୀନଙ୍କ ନାଁ ନେଇ କିଛି ମନ୍ତ୍ରୀ ଖସିଯାଉଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ପିପିଲି ବିଧାୟକ। ରାସ୍ତା କାମ ବେଳେ ଫାଟିଯାଉଥିବା ପାଇପକୁ ମରାମତି କରୁନଥିବା ବିଭାଗ, ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ୍ ପାଣି କେମିତି ଯୋଗାଇବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ପ୍ରଦୀପ ମହାରଥୀ।

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗୃହରେ ଆଣିଛନ୍ତି ଏଭଳି କିଛି ଅଭିଯୋଗ। ମହାରଥୀଙ୍କ ଅଭିଯୋଗ, କୌଣସି ବିରୋଧୀ ନେତାଙ୍କ ବିରୋଧରେ ନୁହେଁ ବରଂ ଖୋଦ୍ ନିଜ ଦଳର ମନ୍ତ୍ରୀଙ୍କ ନାଁରେ । ରାଜ୍ୟରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣକୁ ନେଇ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଛନ୍ତି ବିଜେଡି ବିଧାୟକ। ଏପରିକି ରାସ୍ତା କାମ ବେଳେ ଫାଟିଯାଉଥିବା ପାଇପ୍ ମରାମତି କରୁ ନାହିଁ ବିଭାଗ। ହେଲେ ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ୍ ପାଣି କେମିତି ଯୋଗାଇବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ପ୍ରଦୀପ ମହାରଥୀ।

ଏଥିସହିତ ପ୍ରଦୀପ କହିଛନ୍ତି ଯେ, ମନ୍ତ୍ରୀଙ୍କୁ ଶ୍ରେଷ୍ଠ ମନ୍ତ୍ରୀ ସମ୍ମାନ ମିଳିଛି ହେଲେ କାମ କଥା ଉଠିଲେ କେବଳ ତୁରନ୍ତ ହୋଇଯିବ ବୋଲି କହୁଛନ୍ତି। ହେଲେ ତୁରନ୍ତର ମାନେ କଣ ବୋଲି ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଦୀପ ମହାରାଥୀ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟର ୪୭ ହଜାର ୩ଶହ ୬୬ ଗାଁ ମଧ୍ୟରୁ ୧୯ ହଜାର ୫ଶହ ୪ ଗାଁକୁ ପାଇପ୍ ପାଣି ଯୋଗାଇ ଦିଆଯାଇଥିବା କହିଥିଲେ । ବିଗତ ୫ବର୍ଷରେ ରାଜ୍ୟ ସରକାର ଏଥିପାଇଁ ୧୭ ହଜାର ୩ଶହ ୭୨ କୋଟି ଟଙ୍କା ଅନୁଦାନ ଦେଇଥିବା ଗୃହରେ ଉତର ରଖିଥିଲେ ।

Comments are closed.