Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରେ ଖୋଲିଲା ଦୋକାନ ଓ ସ୍କୁଲ

ଶ୍ରୀନଗର: ଶେଷରେ ଦୂର ହେଲା ଜମ୍ମୁ-କଶ୍ମୀରରେ ଲାଗି ରହିଥିବା ଅଚଳାବସ୍ଥା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ଉପତ୍ୟକାରେ ଲାଗି ରହିଥିବା ଅଚଳାବସ୍ଥା ଶେଷରେ ଅନ୍ତ ହୋଇଛି। କଟକଣା ଲାଗୁ ହେବାର ଦୀର୍ଘ ୧୦୦ରୁ ଅଧିକ ଦିନ ପରେ ଶେଷରେ ଆଜି ଜମ୍ମୁ-କଶ୍ମୀରର ସମସ୍ତ ସ୍କୁଲ ଠାରୁ ଆରମ୍ଭ କରି ଦୋକାନ ବଜାର ଖୋଲିଛି। ଏଥିସହ ଜମ୍ମୁ-କଶ୍ମୀରର ସ୍ଥିତି ମଧ୍ୟ ସ୍ୱାଭାବିକ ହୋଇଛି। ଲୋକମାନେ ବିଭିନ୍ନ ସ୍ଥାନରେ ଚଳପ୍ରଚଳ କରିବା ସହ ଦୋକାନା ଗୁଡ଼ିକରୁ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ସବୁ କିଣିଛନ୍ତି।

ଆଜି ସକାଳୁ ବନ୍ଦ ଥିବା ସମସ୍ତ ଦୋକାନର ଖୋଲିଥିଲା। ଉପତ୍ୟକାର ଜଣେ ବାସିନ୍ଦା ସୋଏବ ମୀର କହିଛନ୍ତି, “ବ୍ୟବସାୟୀମାନେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଦୀର୍ଘ ମାସ ହେଲା ଦୋକାନ ବଜାର ବନ୍ଦ ରଖିଥିଲେ। ଏଥିଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ ସବୁ କିଛି ବଦଳି ଯାଇଛି। ଲୋକମାନେ ପୁଣିଥରେ ସ୍ୱାଭାବିକ ସ୍ଥିତିକୁ ଫେରୁଛନ୍ତି।”

ଧାରା ୩୭୦ ଉଚ୍ଛେଦର ପାଖାପାଖି ୪୦ ଦିନ ପରେ ବିଭିନ୍ନ ସ୍ଥାନରେ ସ୍କୁଲ ଗୁଡ଼ିକ ଖୋଲିଥିଲା। ତେବେ ସ୍କୁଲଗୁଡ଼ିକରେ ଉପସ୍ଥାନ ସଂଖ୍ୟା ବହୁତ କମ ରହୁଥିଲା। ଆଜି କିନ୍ତୁ ଉପସ୍ଥାନ ସଂଖ୍ୟା ୯୦% ଛୁଇଁଛି। ପିଲାମାନେ ଠିକ୍‌ ସମୟରେ ଆସି ପରୀକ୍ଷା ମଧ୍ୟ ଦେଇଛନ୍ତି। ପିଲାମାନେ ୧୦୦ରୁ ଅଧିକ ଦିନର ବିରତି ପରେ ସ୍କୁଲ ଯିବାକୁ ସକ୍ଷମ ହୋଇଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି।

Comments are closed.