Odisha Link
Bridging the Missing Links in Odisha

ମନ୍ତ୍ରୀ ମାନିଲେ ଦର ବଢ଼ିଛି

ଭୁବନେଶ୍ଵର: ରାଜ୍ୟରେ ପନିପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ତେଲ, ଡାଲିଠାରୁ ଆରମ୍ଭ କରି ଅଧିକାଂଶ ସାମଗ୍ରୀର ମୂଲ୍ୟ ବଢ଼ି ଚାଲିଛି। ଫଳରେ ଖାଉଟି ବହୁ ହନ୍ତସନ୍ତ ହେଉଛି। ଏହାକୁ ନେଇ ବୁଧବାର ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି।

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦର ବୃଦ୍ଧିକୁ ସ୍ବୀକାର କରିଛନ୍ତି। ସେ ଗୃହରେ ବିବୃତି ଦେଇ କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଏହି ସମସ୍ୟା ଖାଲି ରାଜ୍ୟର ନୁହେଁ, ଏହା ଜାତୀୟ ସମସ୍ୟା। ଏସବୁ ପାଇଁ ଆମେମାନେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛୁ। ଦର ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସରକାର ବ୍ୟବସାୟୀମାନଙ୍କ ସହ ବୈଠକ କରି ଦର ଉପରେ ନଜର ରଖିଛନ୍ତି। କଳାବଜାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। ଆଳୁ, ପିଆଜ ପାଇଁ ଷ୍ଟୋରେଜ କଂଟ୍ରୋଲ ଅର୍ଡର ଲାଗୁ କରାଯାଇଛି। କେନ୍ଦ୍ର ସହିତ ସମନ୍ବୟ ରଖି ୧୦୦ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯାଇଛି। ରାଜ୍ୟ ସରକାର ସୁଲଭ ମୂଲ୍ୟରେ ପିଆଜ ବିକ୍ରି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.