Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ମିଡ଼ିଆ ମହାକୁମ୍ଭ ଉଦଘାଟିତ

ଭୁବନେଶ୍ୱର : ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ତୃତୀୟ ସଂସ୍କରଣ ଆଜି କେନ୍ଦ୍ରୀୟ ସୁଚନା ଆୟୁକ୍ତ ବିମଲ ଜୁଲକାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପୂର୍ବତନ ମୂଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକ ଉପଲକ୍ଷେ, ଆୟୋଜିତ ଏହି ତିନି ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ କିଟ୍ ବିଶ୍ୱବିଦ୍ୟାଳୟ ଅଡ଼ିଟୋରିଓମ ଆଜିଠାରୁ ଆରମ୍ଭ ହୋଇଯାଇଛି । କମ୍ପୁଟିକରଣ ଓ ସୁଚନାପ୍ରଯୁକ୍ତି ଯୁଗରେ ପାରମ୍ପାରିକ ଯୋଗାଯୋଗ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହେଉଥିବାବେଳେ, ନୂଆ ନୂଆ ଜ୍ଞାନକୌଶଳ ଏବଂ ବୈଷୟିକ ବ୍ୟବସ୍ଥା ଏ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଠି କରିଛି । ମଣିଷ ଉପରେ ମେସିନର ପ୍ରଭାବ ବିସ୍ଥାର କରିଛି । ଆଟିଫିସିଆଲ ଇଣ୍ଠେଲିଜେନସ ଭଳି ବ୍ୟବସ୍ଥାମାନ ମଣିଷର ବ୍ୟବହାରିକ ଉପଯୋଗି ହେଇଛି ଏବଂ ତତ ସହିତ ଯୋଗାଯୋଗ କ୍ଷେତ୍ରରେ ଏକ ଅଦଭୁତ ପରିବର୍ତନ ଆଣିଛି । ବିଶେଷ କରି ଭାରତରେ ସାମ୍ବିଧାନିକ ବ୍ୟବସ୍ଥାକୁ ଲୋକାଭିମୁଖି କରିବାରେ ଟେକନଲୋଜିର ଭୂମିକା ପ୍ରଶଂସନୀୟ ବୋଲି ଜୁଲକା ତାଙ୍କ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ ।

ସି.ଇ.ସି. ର ନିର୍ଦ୍ଦେଶକ ପ୍ରଫେସର ଜଗତଭୂଷଣ ନଡ୍ଡା ସାମାଜିକ ଗଣମାଧ୍ୟମ ଏବଂ ଲୋକଙ୍କ ଜୀବନଶୈଳୀ ଉପରେ ଏହାର ପ୍ରଭାବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଲୋକସଭା ସାଂସଦ ଏବଂ ପ୍ରଜାତବର ସମ୍ପାଦକ ଭର୍ତୁହରି ମହତାବ ଡ଼ିଜିଟାଇଜେସନ ପରେ ସାମ୍ବାଦିକତାରେ ଦୃତ ପରିବର୍ତନ ଆସିଛି ଏବଂ ଟେଲିକମ ଅନ୍ୟତମ ଦୃତବର୍ଦ୍ଧିଣ୍ଣୁ କ୍ଷେତ୍ରଭାବେ ଉଭା ହେଇଛି ବୋଲି କହିଥିଲେ । ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଡ଼ଃ. ଦେବେନ୍ଦ୍ର ପ୍ରସାଦ ମାଝି ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଏହାଦ୍ୱାରା ଗଣମାଧ୍ୟମର ପରିବର୍ତିତ ରୂପ ସମ୍ପର୍କରେ ଆଲୋଚନା କରିଥିଲେ । ମିଡ଼ିଆ ମହାକୁମ୍ଭର ଅଧକ୍ଷ୍ୟ ପ୍ରଫେସର ଉପେନ୍ଦ୍ର ପାଢୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଚନ୍ଦ୍ରଭାନୁ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳ ଚୌଧୁରୀ ଏବଂ ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା ମଧ୍ୟ ମତ ବ୍ୟକ୍ତ କରିଥିଲେ । ଉଦଘାଟନୀ ଦିନରେ ତିନିଗୋଟି ପ୍ଲେନାରି ଅଧିବେଶନରେ ଅନୁଷ୍ଟିତ ହୋଇଥିଲା ଏଥିରେ ଆଦାମାସ ଗ୍ରୁପର ପ୍ରଫେସର ମୃତ୍ୟୁଞ୍ଜୟ ଚାଟାର୍ଜୀ, ଜାଦପୁର ବିଶ୍ୱବିଦ୍ୟାଳୟର ଅଭିଜିତ ରାୟ, ଉତ୍କଳ ବିଶ୍ୱବିଦ୍ୟାଳଳୟର ପୂର୍ବତନ ଅଧ୍ୟାପକଅମରେଶ୍ୱର ମିଶ୍ର, ସିଇସିର ଯୁଗ୍ମ ନିର୍ଦ୍ଧେଶକ ସୁନିଲ ମେହେରୁ ଏବଂ ମାଡ୍ରାସ ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋପାଲନ ରବିନ୍ଦ୍ରନ ପ୍ରମୁଖ ସାମାଜିକ ଗଣମାଧ୍ୟମ ଏବଂ ଡ଼ିଜିଟାଲ ଗଣତବ ଓ ମିଥ୍ୟା ଖବର ଏବଂ ମିଥ୍ୟା ସାମ୍ବାଦିକତା ଉପରେ ଆଲୋଚନା କରିଥିଲେ ।

ଶୁକ୍ରବାରଦିନ ଗବେଷକ ମାନେ ସେମାନଙ୍କ ସର୍ନ୍ଦଭ ଉପସ୍ଥାପନ କରିବା ସହ ଦୁଇଗୋଟି ପ୍ଲେନାରି ଅଧିବେଶନ ହେବ । ମିଡ଼ିଆ ମହାକୁମ୍ଭର ବିଭିନ୍ନ ଅଧିବେଶନରେ ଜାମିୟା ମିଲିୟା ଇସଲାମିୟା ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶ୍ୱଜିତ ଦାସ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ପ୍ରଫେସର ଉଜ୍ଜଳ ଚୌଧୁରୀ, ପ୍ରଫେସର ଗୋପାଲନ ରବିନ୍ଦ୍ରନ, ପ୍ରଫେସର ବି.ପି. ସଂଜୟ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡଃ
ଜ୍ଞାନରଂଜନ ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡଃ ଜୟନ୍ତ ସ୍ୱାଇଁ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଡଃ ଅମ୍ବିକା ଶଙ୍କର ମିଶ୍ର, ଆବାହକ ମନୋରଞ୍ଜନ ପଣ୍ଡା, ଡ଼ଃ. ଗାୟତ୍ରୀ ପଟନାୟକ, ସୁଚିସ୍ମିତା ମିଶ୍ର, ସୁଚିତା ମହାନ୍ତି, ରଘୁନାଥ ମଣ୍ଡଳ, ସିତେନ୍ଦ୍ର ବଳିଆର ସିଂ ଏବଂ ଭାଗ୍ୟଲକ୍ଷ୍ମୀ ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.