Odisha Link
Bridging the Missing Links in Odisha

କାରାଗାରରେ କଏଦୀ ଆତ୍ମହତ୍ୟା ଘଟଣା: ନିଲମ୍ବିତ ହେଲେ ଜେଲ୍‌ ଓ୍ୱାର୍ଡର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାରାଗାରରେ ଗତ ୧୮ ତାରିଖରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ଜେଲ୍‌ ଓ୍ୱାର୍ଡର ରମେଶ କବିଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି। ଏଥିସହ ଦୁଇ ଜଣ ମୁଖ୍ୟ ୱାର୍ଡରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଉପେନ୍ଦ୍ର ମହାନ୍ତଙ୍କୁ ବଡ଼ବିଲ୍‌ ଓ ଗୁମାନ ଜାମୁଡାଙ୍କୁ କରଞ୍ଜିଆ ବଦଳି କରାଯାଇଛି। ର୍ତ୍ତବ୍ୟରେ ଅବହେଳା ପାଇଁ ସମ୍ୱଲପୁର ରେଞ୍ଜ ଡିଆଇଜି ଅମୀୟ ପଟ୍ଟନାୟକ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଗତ ଜୁଲାଇ ୨୮ରେ ଗିରଫ ହୋଇଥିଲେ। ଏହାପରେ ସେ କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ। ତାଙ୍କ ଘର ତେଲକୋଇ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ।

Comments are closed.