Odisha Link
Bridging the Missing Links in Odisha

ଧରମବନ୍ଧାରେ ପୁଣି ଥରେ ବାଘ ଆତଙ୍କ

ନୂଆପଡା: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଅଞ୍ଚଳରେ ଦେଖା ଦେଇଛି ପୁଣି ବାଘ ଆତଙ୍କ। ସପ୍ତାହ ତଳେ ଧରମବନ୍ଧା ସରପଞ୍ଚଙ୍କ ଗାଈକୁ ମାରି ବାଘ ଖାଇ ଦେଇଥିଲା। ଏବେ ପୁଣି ସେହି ଜଙ୍ଗଲରେ ବାଘ ଏକ ବଳଦକୁ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଧରମବନ୍ଧା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରାମବାସୀଙ୍କୁ ରାତି ହେଲେ ଘରୁ ନ ବାହାରିବୁ ସତର୍କ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବଳଦକୁ କେଉଁ ବାଘ ଖାଇଛି ତାହା ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ବଳଦ ଖାଇଥିବା ସ୍ଥାନରେ ଆଇଆର୍‌ କ୍ୟାମେରା ଲଗାଯାଇଛି।

ସୂଚନା ମୁତାବକ, ଧରମବନ୍ଧା ଧର୍ଷପଡ଼ା ଗ୍ରାମର ତୁଲାରାମ ରାଉତଙ୍କ ବଳଦ ୩/୪ ଦିନ ତଳେ ଲୋଡ୍ରାପାଟ ଜଙ୍ଗଲକୁ ଚରିବାକୁ ଯାଇଥିଲା। ଜଙ୍ଗଲରେ ବଦଳକୁ ବାଘ ଆକ୍ରମଣ କରିଥିବା ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଧରମବନ୍ଧା ଫରେଷ୍ଟର ଓ ଫରେଷ୍ଟର ଗାର୍ଡ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଲୋକେ ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି। ଏ ସମ୍ପର୍କରେ ଧରମବନ୍ଧା ଫରେଷ୍ଟର କହିଛନ୍ତି ଯେ, ବଳଦକୁ ମହାବଳ କି କଲରାପତରିଆ ବାଘ କିମ୍ବା ଅନ୍ୟ ଜନ୍ତୁ ମାରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

Comments are closed.