Odisha Link
Bridging the Missing Links in Odisha

ଅନ୍ତରୀଣ ଡ଼ିଜିପି ଭାବେ ଦାୟିତ୍ୱ ନେଇଛନ୍ତି ସତ୍ୟଜିତ ମହାନ୍ତି

କଟକ: ଅନ୍ତରୀଣ ପୁଲିସ ଡ଼ିଜି ଭାବେ ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକ ପୁଲିସ ମୁଖ୍ୟାଳୟରେ ଆସି ସେ ଦାୟିତ୍ୱ ନେଇଛନ୍ତି। ଆନୁଷ୍ଠାନିକ ଭାବେ ଗାର୍ଡ଼ ଅଫ୍‍ ଅନର ପରେ ସେ ଦାୟିତ୍ୱ ନେଇଛନ୍ତି। ସେ ୧୯୮୮ ବ୍ୟାଚର ଆଇପିଏସ ଅଫିସର। ସରକାର ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ, ଆଇନ ଶୃଙ୍ଖଳା ରକ୍ଷା ମୋର ଦାୟିତ୍ୱ ବୋଲି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି। ଏହାସହ ନୂଆ ଡ଼ିଜିପି ଅଭୟ ଦାୟିତ୍ୱ ନେବା ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ଗ୍ରହଣ କରିବେ। ବି.କେ ଶର୍ମାଙ୍କ ସ୍ଥାନରେ ସତ୍ୟଜିତ ମହାନ୍ତି ଦାୟିତ୍ୱ ନେଇଛନ୍ତି।

Comments are closed.