Odisha Link
Bridging the Missing Links in Odisha

ପିଆଜ ଦର ୧୦୦ ଛୁଇଁବ!

ଭୁବନେଶ୍ବର: ପିଆଜ ଦରରେ ଏବେ ନିଆଁ ଲାଗିଛି। ସାରା ରାଜ୍ୟରେ ଏବେ ପିଆଜ ଦର କମିବା ନାଁ ଧରୁନି। ରାଜଧାନୀରେ ଖୁଚୁରା ବଜାର ଦର ୮୦ ଟଙ୍କା ଛୁଇଁ ଥିବା ବେଳେ ଆଗକୁ ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ଓ ଖୁବ୍‌ ଶୀଘ୍ର ପିଆଜ ୧୦୦ ଟଙ୍କା ଡେଇଁବ ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ମହାରାଷ୍ଟ୍ରର ନାସିକ୍, ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍‌ ଓ ଗୁଡ଼ୁମ୍‌ ଆଦି ଅମଳ ସ୍ଥାନରେ ଦର ବୃଦ୍ଧି ଓ ଅହେତୁକ ଭାବେ ଅମଳ ହ୍ରାସ ପାଇଥିବାରୁ ପିଆଜ ବଜାରରେ ନିଆଁ ଲାଗିଥିବା କୁହାଯାଉଛି। ବର୍ତ୍ତମାନ ପିଆଜ ଦର କିଲୋ ପିଛା ୮୦ ଟଙ୍କା ଓ ଭଲ ମାନର ପିଆଜ ୯୦ ଟଙ୍କାରେ ମିଳୁଛି।

Comments are closed.