Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

କଟକ: ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହାନ୍ତ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ତାଙ୍କ ନିକଟରୁ ନଗଦ ୧୦ ହଜାର ଟଙ୍କା ଜବତ ହୋଇଛି। ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ସୂଚନା ସୂଚନା ଅନୁସାରେ କଟକ ଜିଲା ମଙ୍ଗଲାବାଗ୍ ମାଲାସାହିର ବିଜୟ ପାତ୍ର ତ୍ରିଶୂଳିଆରେ ନିଜର ଏକ ଘର ନିର୍ମାଣ କରିଛନ୍ତି। ସେଠାକୁ ବିଦ୍ୟୁତ୍ ସଂଯୋଗ ପାଇଁ ସେ ବାରମ୍ବାର ଇଲେକଟ୍ରିକ ସେକସନର କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହାନ୍ତ ନିକଟକୁ ଆସିଥିଲେ ମଧ୍ୟ ସେ କୌଣସି କଥା ଶୁଣିନଥିଲେ। ବିଦ୍ୟୁତ୍ ସଂଯୋଗ ପାଇଁ ଭବାନୀଶଙ୍କର ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ବିଜୟ କୁମାର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ବିଜୟ ଶୁକ୍ରବାର ସକାଳେ ଭବାନୀଶଙ୍କରଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

Comments are closed.