Odisha Link
Bridging the Missing Links in Odisha

ଅଜିତ ବିଶ୍ବାସଘାତକତା କଲେ : ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପରେ ଶିବସେନାର କଡା ପ୍ରତିକ୍ରିୟା। ଏନସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ଟାର୍ଗେଟ। ସେ କହିଛନ୍ତି ଯେ, ଅଜିତ ପାଓ୍ବାର ବିଶ୍ବାସଘାତକତା କରିଛନ୍ତି। ଜନତା ଏହାର ଉଚିତ୍‌ ଜବାବ ଦେବେ ବୋଲି କହିଛନ୍ତି ସଞ୍ଜୟ।

ଏଥିସହିତ ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ସରକାର ଗଠନରେ ଶରଦ ପାଓ୍ବାରଙ୍କ ଭୂମିକା ନଥିଲା। ଅଜିତ ଛତ୍ରପତି ଶିବାଜୀଙ୍କ ନାଁ ବଦନାମ କରିଛନ୍ତି ବୋଲି ସଞ୍ଜୟ କହିଛନ୍ତି।

Comments are closed.