Odisha Link
Bridging the Missing Links in Odisha

ଆମେ ଗଢ଼ିବୁ ସରକାର: ଶରଦ

ମହାରାଷ୍ଟ୍ର: ମୁମ୍ବାଇରେ ଶରଦ ପାୱାର-ଉଦ୍ଧବ ଠାକରେଙ୍କ ପକ୍ଷରୁ ଏକ ମିଳିତ ସାମ୍ବାଦିକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶରଦ ପାୱାର କହିଛନ୍ତି ଯେ, ବିଜେପିକୁ ସମର୍ଥନ ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଏନସିପିର ବିଚାରଧାରା ଓ ଆଦର୍ଶ ବିରୋଧୀ। ସେମାନେ ଗୃହରେ ବହୁମତ ସାବ୍ୟସ୍ତ କରିପାରିବେନି। ଆଜିତ ପାୱାର ଏଭଳି କରିବେ ବୋଲି ଆମର ବିଶ୍ୱାସ ନଥିଲା। ଶୃଙ୍ଖଳାଗତ କମିଟି ଅଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଥିଲା। ଏନସିପିର କିଛି ବିଧାୟକ ବିଜେପି ସପକ୍ଷରେ ଯାଇଛନ୍ତି। ସେମାନଙ୍କୁ ଦଳ ବଦଳ ଆଇନ ଜଣାଥିବା ଦରକାର। ସେମାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଧ ହୋଇପାରେ । ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ଶରଦ ପାୱାର କହିଛନ୍ତି । ବିଜେପି ସହ ମେଣ୍ଟ ନେଇ କୌଣସି ଏନସିପି ନେତା ସପକ୍ଷରେ ନାହାନ୍ତି। କୌଣସି ଏନସିପି ନେତା ଦଳ ଛାଡ଼ିବେ ନାହିଁ ବୋଲି ମୋର ଆଶା ବୋଲି ପାୱାର କହିଛନ୍ତି ।

Comments are closed.