Odisha Link
Bridging the Missing Links in Odisha

‘ମେକ୍‌ ଇନ୍‌ ଓଡିଶା’ରେ ୧୧୯ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ଓଡିଶାକୁ ୨୦୧୬ ଏବଂ ୨୦୧୮ରେ ‘ମେକ୍‌ ଇନ୍‌ ଓଡିଶା’ର ଦୁଇ ଗୋଟି ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨୮୬ଟି ପ୍ରସ୍ଥାବ ଆସିଥିଲା। ୨୦୧୬ ସଂସ୍କରଣରେ ୮୪ଟି ଏବଂ ୨୦୧୮ ସଂସ୍କରଣରେ ୨୦୨ ଟି ପ୍ରସ୍ତାବ ଆସିଥିଲା। ଏହି ମାଧ୍ୟମରେ ୬,୨୬,୩୪୯.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ଆକଳନ କରାଯାଇଥିଲା। ସର୍ବମୋଟ ୨୮୬ ପ୍ରସ୍ତାବରୁ ୧୧୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆକଳନ ଅନୁଯାୟୀ ଏଥିରେ ୨,୫୩,୨୩୩.୩୬ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି।

ଏଥିସହ ‘ମେକ୍‌ ଇନ୍‌ ଓଡିଶା’ର ୨୦୧୮ ସଂସ୍କରଣ ମାଧ୍ୟମରେ ଦାଖଲ ହୋଇଥିବା ୨୦୨ ପ୍ରସ୍ତାବ ମାଧ୍ୟମରେ ୫,୯୧,୮୪୭ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଥିଲା। ଏହି ପ୍ରସ୍ତାବ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୫ଟି ପ୍ରସ୍ତାବ ଅନୁମୋଦନ କରାଯାଇ ୬୪,୫୬୦ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି।

Comments are closed.