Odisha Link
Bridging the Missing Links in Odisha

ଭାଉଜକୁ ଦୁଷ୍କର୍ମ କଲା ଦିଅର

ନୂଆଦିଲ୍ଲୀ: ଭାଉଜଙ୍କୁ ତାଙ୍କ ଦିଅର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଶାଶୁଘରେ ଶାଶୁ, ଶ୍ବଶୂର, ନଣନ୍ଦ ଏବଂ ସ୍ବାମୀଙ୍କ ନିର୍ଯାତନା ସହି ସହି ପଡିରହିଥିଲେ ମହିଳା। ମାତ୍ର ସେ ଜାଣିନଥିଲେ ଯେ, ତାଙ୍କ ଦିଅରଙ୍କର ଲୋଲୁପ ଦୃଷ୍ଟି ତାଙ୍କ ଉପରେ ଅଛି। ଦିନେ ମଉକା ପାଇ ଦିଅର ଭାଉଜଙ୍କ ସହ ଦୁଷ୍କର୍ମ କରିଥିଲା। ମହିଳା ଜଣଙ୍କ ଏ ସଂପର୍କରେ ନିଜ ସ୍ବାମୀଙ୍କୁ କହିଲେ। ମାତ୍ର ତାଙ୍କ ସ୍ବାମୀ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ଗାଳି ଗୁଲଜ କରିଥିଲେ। ତାଙ୍କ ସ୍ବାମୀ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ ଯେ, ମୋ ଭାଇ ଓ ମୋ ଭିତରେ କ’ଣ ତଫାତ୍ ଅଛି ବୋଲି।
ମହିଳା ଜଣଙ୍କ ଏହାର ବିରୋଧ କରିବାରୁ ଶାଶୁଘର ଲୋକ ମିଳିମିଳି ତାଙ୍କୁ ନିର୍ଦୟ ଭାବେ ମାରପିଟ୍ କରିଥିଲେ। ଏମିତିକି ତାଙ୍କୁ ଘରୁ ବାହାର କରିଦେଇଥିଲେ। ମହିଳା ଜଣଙ୍କ ତାଙ୍କ ବାପଘରେ ପହଞ୍ଚି ଥିଲେ। କିଛି ଦିନ ପର୍ଯ୍ୟନ୍ତ ଏସବୁ କଥା ଲୁଚାଇବା ପାଇଁ ଚେଷ୍ଟା କରିଥିଲେ। କିଛି ଦିନ ପରେ ସହାସ ଜୁଟାଇ ଥାନାରେ ଅଭିଯୋଗ କଲେ। ପୀଡିତା ଜଣଙ୍କ ଗତ ୯ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଘଟଣାକୁ ଏତେଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଫଆଇଆର ରୁଜୁ ହୋଇନଥିବା ଅଭିଯୋଗ ହୋଇଛି।

Comments are closed.