Odisha Link
Bridging the Missing Links in Odisha

ଏନସିପି ବିଧାୟକ ନିଖୋଜ, ଥାନାରେ ଏତଲା

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୋଟିଏ ପଟେ ସରକାର ଗଠନକୁ କଂଗ୍ରେସ ଏନସିପି ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଉ ଏକ ଘଟଣା ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏନସିପିର ବିଧାୟକ ଦଳ ବୈଠକରେ ସାମିଲ ହେବା ପାଇଁ ଯାଇଥିବା ଜଣେ ବିଧାୟକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବିଧାୟକ ହେଉଛନ୍ତି ନୀତିନ ପାୱାର । ଗତକାଲି ସେ ବୈଠକରେ ଯୋଗ ଦେବକୁ ଘରୁ ବାହାରିଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନାହାନ୍ତି।

ଏନେଇ ନୀତିନ ପାୱାରଙ୍କ ପୁଅ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଏନସିପିର ବିଦ୍ରୋହୀ ବିଧାୟକଙ୍କୁ ଏକ ଚାର୍ଟର ପ୍ଲେନ ଯୋଗେ ଦିଲ୍ଲୀ ନିଆଯାଇଛି। ସେମାନେ ହେଲେ ଦୌଲତ ଦାରୋଦା, ନରହରି ଜିରୱାର, ସୁନୀଲ ଭୁଷରା, ଦିଲ୍ଲୀପ ବଙ୍କର, ଅନୀଲ ପାଟିଲ, ନୀତିନ ପାୱାର, ସୁନୀଲ ସେଲକେ, ବାବାସାହେବ ପାଟିଲ ଓ ସଂଜୟ ବନସନ। ତେବେ ଏନସିପିର ବିଦ୍ରୋହୀ ବିଧାୟକଙ୍କୁ ଦିଲ୍ଲୀର କେଉଁସ୍ଥାନରେ ରଖାଯାଇଛି ତାହା ଜଣାପଡିନାହିଁ।

Comments are closed.