Odisha Link
Bridging the Missing Links in Odisha

ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ୍

ଜଫରପୁର: ଭାରତୀୟ ବାୟୁସେନା ପରେ ଏବେ ନୌସେନାରେ ପ୍ରଥମ ମଧ୍ୟ ମହିଳା ପାଇଲଟ୍ ଯୋଗ ଦେବାକୁ ଯାଉଛନ୍ତି। ବିହାରର ଶିବାଙ୍ଗୀ ସ୍ବରୂପଙ୍କୁ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ଚୟନ କରାଯାଇଛି। ଶିବାଙ୍ଗୀ ସ୍ବରୂପ କେରଳର କୋଚ୍ଚିରେ ନୌସେନା ଅପରେଶନ ଡ୍ୟୁଟିରେ ସାମିଲ ହେବେ। ବର୍ତ୍ତମାନ ଶିବାଙ୍ଗୀ କୋଚ୍ଚିରେ ଅତ୍ୟାବଶ୍ୟକ ପ୍ରଶିକ୍ଷଣ ନେଉଛନ୍ତି।

ସୂଚନା ମୁତାବକ, ଡିସେମ୍ବର ୪ରେ ହେବାକୁ ଥିବା ନୌସେନା ଦିବସ ଅବସରରେ ଶିବାଙ୍ଗୀକୁ ବ୍ୟାଜ ଲଗାଯିବ। ସେ ଫିକ୍ସଡ୍-ୱିଙ୍ଗ ଡାର୍ନିୟର ସର୍ବିଲାନ୍ସ ବିମାନ ଉଡାଇବେ। ଏହି ବିମାନକୁ କମ୍‌ ଦୂରତାରେ ସାମୁଦ୍ରିକ ଅଭିଯାନରେ ପଠାଯିବ। ଏଥିରେ ଅତ୍ୟାଧୁନିକ ସର୍ଭିଲାନ୍ସ, ରାଡାର, ନେଟୱର୍କିଂ ଏବଂ ଇଲେକଟ୍ରୋନିକ୍ ସେନସର ଲଗାଯାଇଛି। ସୂଚନାଯୋଗ୍ୟ, ଭାବନା କାନ୍ତ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ୍ ଭାବରେ ନିଯୁକ୍ତି ପାଇଥିଲେ।

Comments are closed.