Odisha Link
Bridging the Missing Links in Odisha

ଟ୍ରେନ୍‌ରେ ଏପରି ଗଲେ ଅଭିନେତା, କହିଲେ….

ମୁମ୍ବାଇ : ସିନେମାରେ ଆକ୍ସନ,ଓ ରୋମାନ୍ସ ସହ କମେଡି ମଧ୍ୟ ତଡ଼କା ଲଗେଇଥାଏ । ବିନା କମେଡ଼ି ସିନେମାରେ ମଜା ଆସିନଥାଏ । ଆମେ ସବୁବେଳେ ଭାବିଥାଉ ଅଭିନେତା, ଅଭିନେତ୍ରୀ ଅନେକ ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀରେ ରହିଥାନ୍ତି କିନ୍ତୁ ବଲିଉଡ଼ର ଜଣେ ଅଭିନେତା ଟ୍ରେନରେ ନିଜର ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀକୁ ଭୁଲିଯାଇଥିଲେ ।

ସେ ହେଉଛନ୍ତି ବଲିଉଡ଼ର ବଲିଉଡ୍‌ ଅଭିନେତା ସଞ୍ଜୟ ମିଶ୍ରା । ସେ ନିଜର ଅଭିନୟର ଯାଦୁରେ ଜଣେ ସଫଳ ଅଭିନେତା ହୋଇ ପାରିଛନ୍ତି । ସୋଶାଲ୍‌ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା ସଞ୍ଜୟଙ୍କ ଏକ ଟ୍ୱିଟ୍‌କୁ ନେଇ ଏବେ ଚର୍ଚ୍ଚା। ସେ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଏକ ଭିଡିଓ ଶେଆର୍‌ କରିଛନ୍ତି। ଅଗଷ୍ଟକ୍ରାନ୍ତି ଟ୍ରେନ୍‌ରେ ସେ ଯାତ୍ରା କରୁଥିବା ଏହି ଭିଡିଓରେ ନଜର ଆସୁଛନ୍ତି। ଭିଡିଓରେ କ୍ୟାପ୍‌ସନ୍‌ ଦେଇ ସେ ଲେଖିଛନ୍ତି, ‘Sometimes Passenger Sometimes Attender Just enjoying life का सफर और option क्या है’ ।

ସଞ୍ଜୟ ୯୬୩ ମସିହା ଅକ୍ଟୋବର ୬ରେ ବିହାରର ଦରଭଙ୍ଗାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଶମ୍ଭୁନାଥ ମିଶ୍ରା ଜଣେ ସାମ୍ବାଦିକ ଥିଲେ। ୧୯୯୧ରେ ସେ ରାଷ୍ଟ୍ରୀୟ ଡ୍ରାମା ସ୍କୁଲ୍‌ରେ ଆଡମିଶନ୍‌ ନେଇଥିଲେ। ପିତାଙ୍କ ଦେହାନ୍ତ ପରେ ସେ ଅଭିନୟ ଛାଡ଼ି ଋଷିକେଶ୍‌ ପଳାଇଥିଲେ। ସେ ସେଠାରେ ଏକ ଢାବାରେ କାମ କରୁଥିଲେ। କଡ୍‌ଭି ହାୱା, ସଞ୍ଜୟ ଧମାଲ୍‌, ଆଖୋଁ ଦେଖି ଭଳି ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନକିଣି ନେଇଛନ୍ତି ।

Comments are closed.