Odisha Link
Bridging the Missing Links in Odisha

ହେଲମେଟ୍‌ ପିନ୍ଧି ପିଆଜ ବିକିଲେ ଅଧିକାରୀ, କହିଲେ..

ନୂଆଦିଲ୍ଲୀ: ପିଆଜ ପାଇଁ ସାରା ଦେଶରେ ଭାଳେଣି। କାରଣ ଦେଶରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ଯାହା ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ପିଆଜର ବର୍ଦ୍ଧିତ ଦର ପାଇଁ ସାଧାରଣ ଖାଉଟିଙ୍କୁ ନାହିନଥିବା ଅସୁବିଧା ଦେଖିବାକୁ ପଡୁଛି।

ତେବେ ପିଆଜର ମହଙ୍ଗା ସମୟରେ ବିହାରରୁ ଆସିଛି ଏଭଳି ଏକ ଖବର ଯାହାକୁ ଶୁଣି ଆପଣ ମଧ୍ୟ ବିହାର ମୁହାଁ ହେବାକୁ ଚିନ୍ତା କରିବେ। ବିହାରର ରାଜଧାନୀ ପାଟନା ରାଜ୍ୟ ସହକାରୀ ବିପଣନ ସଂଘ(ବିସ୍କୋମାନ) ଲିମିଟେଡ କାଉଁଟରରେ ଶନିବାର ସକାଳେ ଅଧିକାରୀ ହେଲମେଟ୍ ପିନ୍ଧି ପିଆଜ ବିକ୍ରି କରିଛନ୍ତି। ଏହାର କାରଣ ହେଉଛି ଅଧିକାରୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ , ତେଣୁ ସେ ନିଜକୁ “ସେଲ୍ଫ ପ୍ରୋଟେକ୍ସନ୍” ଦେଉଛନ୍ତି। ତେବେ ପିଆଜ ପାଇଁ ବିସ୍କୋମାନ କାଉଂଟର ସାମ୍ନାରେ ଲମ୍ବା ଧାଡି ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ପିଆଜ କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଛି।

ସେହିଭଳି ବିସ୍କୋମାନରେ ପିଆଜ ବିକ୍ରି କରୁଥିବା ଅଧିକାରୀ ଏବଂ କର୍ମୀ ହେଲମେଟ ପିନ୍ଧି ପିଆଜ ବିକ୍ରି କରୁଛନ୍ତି। ଏହି କର୍ମୀମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସେମାନେ ହେଲମେଟ ପିନ୍ଧି ପିଆଜ ବିକୁଥିବା କହିଛନ୍ତି। ବିସ୍କୋମାନର ଅଧିକାରୀ ରୋହିତ କୁମାର କହିଛନ୍ତି, ପଥର ଫିଙ୍ଗାଫିଙ୍ଗି ଏବଂ ଗଣ୍ଡଗୋଳର ଅନେକ ଘଟଣା ଘଟିଛି। ସେ ଦୃଷ୍ଟିରୁ ହେଲମେଟ ହେଉଛି ଏକମାତ୍ର ବିକଳ୍ପ।

Comments are closed.