Odisha Link
Bridging the Missing Links in Odisha

ଝାଡଖଣ୍ଡ: ମତଦାନ ବେଳେ ନକ୍ସଲ ଉଡାଇଲେ ପୋଲ

ରାଞ୍ଚି: ଆଜି ସକାଳୁ ଝାଡଖଣ୍ଡ ବିଧାନସଭା ପାଇଁ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳ ୭ ଟାରୁ ଜାରି ରହିଛି ୧୩ ଟି ଆସନ ପାଇଁ ମତଦାନ। ରାଜ୍ୟର ୬ଟି ଜିଲ୍ଲାରେ ଚାଲିଛି ବିଧାନସଭା ଆସନ ପାଇଁ ମତଦାନ। ମତାଧିକାର ସାବ୍ୟସ୍ତ କରୁଛନ୍ତି ୩୭ ଲକ୍ଷ ୮୩ହଜାର ମତଦାତା। ନିର୍ଦ୍ଧାରିତ ହେବ ମୈଦାନରେ ଥିବା ୧୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ କଡାକଡି କରାଯାଇଛି।

ଅନ୍ୟପଟେ ଝାଡ଼ଖଣ୍ଡରେ ମତଦାନ ଚାଲିଥିଲା ବେଳେ ଗୁମଲା ଜିଲ୍ଲା ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ନକ୍ସଲ୍ ଗୋଟିଏ ପୋଲକୁ ବୋମାରେ ଉଡାଇ ଦେଇଛନ୍ତି। ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ମତଦାନ ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି ନକ୍ସଲ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କାହାର ଜୀବନହାନି ଘଟିନଥିବା ଖବର ଆସିନାହିଁ। ପୋଲିସ୍ ଉକ୍ତ ଅଞ୍ଚଳରେ କମ୍ବିଙ୍ଗ୍ ଅପରେସନ୍ ଆରମ୍ଭ କରିଛି।

Comments are closed.