Odisha Link
Bridging the Missing Links in Odisha

ଦିନ ୨ଟାରେ ଶକ୍ତି ପରୀକ୍ଷା ଦେବେ ଉଦ୍ଧବ

ମୁମ୍ବାଇ: ଆଜିଠାରୁ ମହାରାଷ୍ଟ୍ର ବିଧାନସଭାର ୨ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ଅନ୍ୟପଟେ ଆଜି ଦିନ ୨ଟାରେ ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ବୃହରେ ବହୁମତ ଦର୍ଶାଇବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ସଚିବାଳୟ ଯାଇ ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ନେଇଥିଲେ ଉଦ୍ଧବ ଠାକରେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି ମିଶି ମିଳିତ ଭାବେ ମେଣ୍ଟ ସରକାର ଗଠନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୮ତାରିଖ ଦିନ ମହାରାଷ୍ଟ୍ରରେ ମହାନାଟକରେ ପୂର୍ଣ୍ଣଛେଦ ପକେଇ ବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମହାବିକାଶ ଆଘାଡ଼ିର ନେତା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ।

Comments are closed.