Odisha Link
Bridging the Missing Links in Odisha

ପୁରୀରେ ଲଜ୍ଜ୍ୟା, ପାପ ପଛରେ ରକ୍ଷକ

ପୁରୀ: ସାରା ଦେଶରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ମାମଲାକୁ ଉଠୁଥିବା ପଡୁଥିବା ବେଳେ ଓଡିଶାରୁ ସାମ୍ନାକୁ ଆସିଛି ଗଣଦୁଷ୍କର୍ମର ଆଉ ଏକ ସାଂଘାତିକ ଅଭିଯୋଗ। ନିମାପଡାରୁ ଉଠାଇ ନେଇ ପୁରୀଠାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୀଡିତା ଜଣକ।

ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ନିମାପଡ଼ା ବସ୍‌ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ ପରିଚୟ ଦେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ କହି କାର୍‌ରେ ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣା ସମୟରେ ଜଣଙ୍କ ପର୍ସକୁ ଅକ୍ତିୟାର କରି ନେଇଥିଲେ ଯୁବତୀ। ଏହି ପର୍ସରୁ ଜିତେନ୍ଦ୍ର ସେଠୀ ନାମକ ଜଣେ କନଷ୍ଟେବଲଙ୍କର ଆଇ କାର୍ଡ ମିଳିଥିବା ସୂଚନା ମିଳିଛି।

ପୁରୀ ଏସ୍‌ପି ଏ ନେଇ ଯୁବତୀଙ୍କ ସହ ଆଲୋଚନା କରିଛନ୍ତି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।

Comments are closed.