ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ନାରୀ ଦୁଷ୍କର୍ମ ଓ ନିର୍ଯ୍ୟାତନା ବଢ଼ି ବଢ଼ି ଚାଲିଛି। ଯାଜପୁର ସ୍ମିତାରାଣୀ, ପାଇକମାଳ, ପିପିଲି ଏମିତି ଘଟଣା ଏହାର ଦୁଷ୍ଟାନ୍ତ ଉଦାହରଣ। ପୁରୀ ଗଣଦୁଷ୍କର୍ମରେ ଖୋଦ୍ ପୋଲିସ ଥିବାରୁ ଏହାର ତଦନ୍ତ ଠିକ୍ରେ ହେବ ନାହିଁ। କ୍ରାଇମବ୍ରାଞ୍ଚ ମଧ୍ୟ ସଠିକ୍ ତଦନ୍ତ କରିପାରିବ ନାହିଁ। ତେଣୁ ଏହାର ସିବିଆଇ ତଦନ୍ତ ହେଉ ବୋଲି ବିଜେପି ଦାବି କରିଛି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଥିବାରୁ ସ୍ବଚ୍ଛତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ପୁରୀ ଘଟଣାରେ କି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ସେ କଥା କୁହନ୍ତୁ।
ସୂଚନା ଅନୁସାରେ ଗତକାଲି ଅପରାହ୍ନ ୨ଟାବେଳେ ସେ ନିମାପଡ଼ା ବସଷ୍ଟାଣ୍ଡରେ କାକଟପୁର ଯିବା ଲାଗି ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ କାର୍ରୁ ଓହ୍ଲାଇ ଜିତେନ୍ଦ୍ର ନିଜକୁ ପୁଲିସ୍ ପରିଚୟ ଦେଇଥିଲେ। ଏହାପରେ ପୀଡିତାଙ୍କୁ ଗାଁରେ ଛାଡ଼ି ଦେବାକୁ କହି ଗାଡ଼ିରେ ପୁରୀ ନେଇ ଆସିଥିଲେ। ପରେ ପୁରୀ ଝାଡ଼େଶ୍ୱରୀ କ୍ଲବ୍ ନିକଟ ଏକ ସରକାରୀ କ୍ୱାର୍ଟର୍ସରେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ମିଶି ଗଣଦୁଷ୍କର୍ମ କରିଥିଲେ। ଦୁଇ ଜଣ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ଦୁଇ ଜଣ ବାହାରୁ କବାଟ ଦେଇ ପଳାଇଥିଲେ।
ପୀଡ଼ିତା ଜଣକ କୌଶଳ କ୍ରମେ ଅଭିଯୁକ୍ତ ଜିତେନ୍ଦ୍ରର ମନିପର୍ସ ହାତେଇବା ପରେ ତାଙ୍କର ପରିଚୟ ମିଳିଥିଲା। ଜିତେନ୍ଦ୍ର ନାଁରେ ଆଗରୁ ମଧ୍ୟ ବହୁ ମାମଲା ଅଛି। ଚାକିରି କ୍ଷେତ୍ରରେ ନିଜର ଆଚରଣ ଲାଗି ତାଙ୍କ ସର୍ଭିସ ବୁକ୍ରେ ୯ଟି କଳା ଦାଗ ଲାଗିଥିଲ। ଗତ ଫେବୃଆରୀରେ ତତ୍କାଳୀନ ଏସ୍ପି ଜିତେନ୍ଦ୍ରକୁ ଚାକିରିରୁ ବହିଷ୍କାର କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଚାକିରି ଫେରି ପାଇଥିଲେ।