Odisha Link
Bridging the Missing Links in Odisha

ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ ହେଲା ରହୁଥିଲେ ଅଲଗା

ଭୋପାଲ : ସାଂସାରିକ ଜୀବନରେ ଅନେକ ସମୟରେ ପରସ୍ପର ଭିତରେ ଝଗଡ଼ା ଲାଗିଥାଏ । ସେ ଝଗଡ଼ା ଛୋଟ ହେଉକି ବଡ଼ ସମୟ ଅନୁସାରେ ଠିକ ହୋଇଯାଇଥାଏ । ପ୍ରତି ଘରେ ସାମାନ୍ୟ ଖାଦ୍ୟକୁ ନେଇ ଝଗଡ଼ା ସୃଷ୍ଟି ହୋଇଥାଏ । ସେହିପରି ମଧ୍ୟ ପ୍ରଦେଶରେ ଏକଘଟଣା ଘଟିଯାଇଛି ଯାହା ଆପଣ ଶୁଣିଲେ ଆଶ୍ଚଯ୍ୟ ହେବା ।

ଦେବାସରେ ତରକାରୀକୁ ନେଇ ଏକ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା । ସାମାନ୍ୟ ତରକାରୀ ପାଇଁ  ଦୁହେଁ ୧୭ବର୍ଷ ଧରି ଅଲଗା ରହିଥିଲେ । ସ୍ବାମୀ ସେଓ ତରକାରୀ ଖାଇବାକୁ କହିଥିଲେ କିନ୍ତୁ ସ୍ତ୍ରୀ ଏହା ପ୍ରସ୍ତୁତ କରି ନ ଥିଲେ । ଫଳରେ ଦୁହିଁଙ୍କ ମଧ୍ୟରେ ଏତେ ଝଗଡା ଲାଗିଥିଲା ସେମାନେ ୧୭ ବର୍ଷ ଅଲଗା ରହିଥିଲେ ।

ପରେ କଥାଟି କୋର୍ଟ କୁ ଯାଇଥିଲା । ବିଚାରପତି ଅତି ସହଜରେ ମାମଲାର ସମାଧାନ କରିଦେଇଥିଲେ । ସେ କହିଲେ ସ୍ବାମୀଙ୍କୁ ସେଓ ତରକାରୀ ଖାଇବାକୁ ଦିଅ । ସ୍ତ୍ରୀ ବିଚାରପତିଙ୍କ କଥା ମାନି ସ୍ବାମୀଙ୍କୁ ତରକାରୀ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ। ପରଦିନ ଉଭୟ କୋର୍ଟରେ ହାଜର ହୋଇ ଏକାଠି ରହିବେ ବୋଲି ବିଚାରପତିଙ୍କୁ କହିଥିଲେ ।

Comments are closed.