ଦେଶର ଅର୍ଥ ବ୍ୟବସ୍ଥାକୁ ଭଗବାନ ହିଁ ରକ୍ଷା କରିପାରିବେ

ନୂଆଦିଲ୍ଲୀ: ଜିଡିପିକୁ ନେଇ ଥମୁନି ରାଜନୀତି। ଜିଡିପିକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ନିଜର ମତ ରଖିଥିଲେ। ଆଉ ଏହାର ଜବାବ ଦେଇଛନ୍ତି କଂଗ୍ରେସ ନେତା ପି,ଚିଦାମ୍ବରମ୍। ଜିଡିପି ପ୍ରସଙ୍ଗରେ ଚିଦାମ୍ବରମ୍ ନିଜ ସମ୍ପର୍କୀୟଙ୍କ ଦ୍ୱାରା ନିଜ ଟୁଇଟର ଆକାଉଣ୍ଟରେ ଟୁଇଟ୍ କରି କଡ଼ା ଜାବବ ରଖିଛନ୍ତି।
ପି. ଚିଦାମ୍ୱରମ କହିଛନ୍ତି, ଦେଶର ଅଭିବୃଦ୍ଧି ଏବେ ଭଗବାନଙ୍କ ଭରସାରେ।‘ ଜିଡିପି ଅଙ୍କର କୌଣସି ମୂଲ୍ୟ ନାହିଁ, ବ୍ୟକ୍ତିଗତ ଟିକସ କଟାଯିବ, ଆମଦାନୀ ଶୁଳ୍କ ବଢ଼ାଯିବ। ଅର୍ଥନୀତିର ସୁଧାର ପାଇଁ ବିଜେପିର ଏହା ବିଚାର’। ଦେଶର ଅର୍ଥ ବ୍ୟବସ୍ଥାକୁ ଭଗବାନ ହିଁ ରକ୍ଷା କରିପାରିବେ ବୋଲି କହିଛନ୍ତି ପି.ଚିଦାମ୍ବରମ୍।
GDP numbers are irrelevant, personal tax will be cut, import duties will be increased.
These are BJP’s ideas of reforms.
God save India’s economy.
— P. Chidambaram (@PChidambaram_IN) December 3, 2019
ସୂଚନାଯୋଗ୍ୟ ବିଜେପି ସାଂସଦ ଦୁବେ କହିଥିଲେ, ୧୯୩୪ରେ ଜିଡିପି ଆସିଥିଲା, ଏହା ପୂର୍ବରୁ ଜିଡିପି ବ୍ୟବସ୍ଥା ନଥିଲା। କେବଳ ଜିଡିପିକୁ ବାଇବେଲ, ରାମାୟଣ କି ମହାଭାରତ ନୁହେଁ। ଏହା ଏବେ ଅଛି ଭବିଷ୍ୟତରେ ଡିଜିପିର ସେମିତି କିଛି ଉପଯୋଗ ରହିନପାରେ। ତେଣୁ ଜିଡିପିକୁ ନେଇ ଏତେ ଭାବିବାର ଆବଶ୍ୟକତା ନାହିଁ।
Comments are closed.