Odisha Link
Bridging the Missing Links in Odisha

ମଧୁ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆଜି ‘ମଧୁ’ ଆପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବରର ଲୋକସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ମଧୁ ଆପର ଉନ୍ମୋଚନ କରିଛନ୍ତି। ଏହି ଆପର ଉନ୍ମୋଚନ ଅବସରରେ ସେଠାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଗଣଶିକ୍ଷା ସଚିବ ପ୍ରମୁଖ ଉପସ୍ଥିତ ଥିଲେ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା ପୁଲଙ୍ଗେ ଆଜି ଛତ୍ରପୁରଠାରେ ଓସ୍ବାନ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିଥିଲେ। ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆପ୍ ଜରିଆରେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏହି ଆପ୍ ଜରିଆରେ ହାତପାହାନ୍ତାରେ ଶିକ୍ଷା ବ୍ୟବସ୍ଥା ପାଇପାରିବେ |ଏହି ଆପରେ ପଞ୍ଚମଠାରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟକ୍ରମର ସିଲାବସ୍ ରହିବ| ଏହା ସହ ଦଶମ ଶ୍ରେଣୀ ଡ୍ରିମ୍ ପରୀକ୍ଷାର ସମସ୍ତ ପ୍ରଶ୍ନ ଓ ଉତ୍ତର ରହିବ ବୋଲି କହିଛନ୍ତି। ଏହି ଆପ୍ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ କରାଯାଇଛି ବୋଲି ବି ସେ କହିଥିଲେ।

Comments are closed.