Odisha Link
Bridging the Missing Links in Odisha

ସୁନ୍ଦର ପିଚାଇ ହେଲେ ଆଲ୍‌ଫାବେଟ୍‌ କମ୍ପାନୀର ସିଇଓ

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଭାବେ ପରିଚିତ ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କୁ ମିଳିଛି ନୂଆ ନିଯୁକ୍ତି । ଗୁଗଲର ଅନ୍ୟତମ କମ୍ପାନୀ ଆଲ୍‌ଫାବେଟ୍‌ର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ଗୁଗଲର ସହପ୍ରତିଷ୍ଠାତା ଲେରି ପେଜ୍‌ ଏବଂ ସର୍ଗି ବ୍ରିନଙ୍କ ଇସ୍ତଫା ପରେ ସୁନ୍ଦର ପିଚାଇଙ୍କୁ ଏହି ପଦବୀ ମିଳିଛି। ଦୁଇ ସହପ୍ରତିଷ୍ଠାତା ଲେରି ପେଜ ଏବଂ ସର୍ଗୀ ବ୍ରିନଙ୍କ ଇସ୍ତଫା ପରେ ମଧ୍ୟ ସେମାନେ କମ୍ପାନୀର ଅଂଶୀଦାର ଏବଂ ବୋର୍ଡ ଅଫ ଡାଇରେକ୍ଟର୍ସରେ ସାମିଲ ରହିବେ।

ଗୁଗୁଲ ପ୍ରତିଷ୍ଠା କରିବାର ପ୍ରାୟ ୨ ଦଶନ୍ଧି ପରେ ଲେରି ପେଜ୍‌ ଏବଂ ସର୍ଗି ବ୍ରିନ ଇସ୍ତଫା ଘୋଷଣା କରିଛନ୍ତି। ଏମାନଙ୍କ ଇସ୍ତଫା ପରେ ସୁନ୍ଦର ପିଚାଇଙ୍କୁ ଗୁଗଲ ଏବଂ ଆଲ୍‌ଫାବେଟର ସିଇଓ ଦାୟିତ୍ଵ ମିଳିଛି। ଉଲ୍ଲେଖଯୋଗ୍ୟ, ୨୦୧୫ରେ ସୁନ୍ଦର ପିଚାଇଙ୍କୁ ଗୁଗଲର ସିଇଓ ଭାବେ ନିଯୁକ୍ତି ମିଳିଥିଲା। ୨୦୧୫ରେ ଗୁଗଲ ନିଜ କମ୍ପାନୀକୁ ବିସ୍ତାର କରିବା ସହିତ ଆଲ୍‌ଫାବେଟ୍‌ ସ୍ଥାପନ କରିଥିଲା। ଆଲ୍‌ଫାବେଟ୍‌ ଗୁଗଲର ବିଭିନ୍ନ କମ୍ପାନୀର ଏକ ଗ୍ରୁପ।

Comments are closed.