Odisha Link
Bridging the Missing Links in Odisha

ରାଜ୍ୟରେ କୋହଳ ହେବନି ଟ୍ରାଫିକ୍‌ ଜରିମାନା: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କୋହଳ ହେବନି ଟ୍ରାଫିକ୍‌ ଜରିମାନା। ଏଥିସହିତ ତିନିମାସ ପରେ ଆଉ କୋହଳ ହେବନି ଟ୍ରାଫିକ୍ ନିୟମ। ଟ୍ରାଫିକ ନିୟମ କୋହଳ ହେବାର ଆଉ କୌଣସି ସମ୍ଭାବନା ନାହିଁ। ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଦୁଇ ଦୁଇ ଥର ତିନି ତିନି ମାସ ଟ୍ରାଫିକ୍ ନିୟମ କୋହଳ ପରେ ଆଉ କୋହଳ ହେବନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଲୋକଙ୍କ ଧନଜୀବନ ଓ ସୁରକ୍ଷା ପାଇଁ ନିୟମ ହୋଇଛି।

କାହିଁକି ଓ କ’ଣ ପାଇଁ ନିୟମ କୋହଳ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ପରିବହନ ମନ୍ତ୍ରୀ। ଅନ୍ୟ ରାଜ୍ୟ ଗୁଡ଼ିକରେ ନିମୟ କୋହଳ ହୋଇଥିଲେ ସୁଦ୍ଧା ଆଗକୁ ରାଜ୍ୟରେ ଆଉ ନିୟମ କୋହଳ ହେବନି। ନିୟମ ପାଇଁ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା କମିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ କମିନାହିଁ। ପ୍ରତିଦିନ କେହି ନା କେହି ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ବିନା କାରଣରେ ଜୀବନ ଯାଉଛି।

ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ ପାଇଁ ଟ୍ରାଫିକ୍ ନିୟମ ପୁଣି ଥରେ କୋହଳ କରାଯାଇଛି। ପୂର୍ବରୁ ତିନି ମାସ ଆଉ ଏବେ ପୁଣି ତିନି ମାସ କୋହଳ ହୋଇଛି। ହେଲେ ଆଗକୁ ନିୟମ କୋହଳ କରାଯିବନି ବୋଲି କହିଛନ୍ତି ଶ୍ରୀ ବେହେରା ।

Comments are closed.