Odisha Link
Bridging the Missing Links in Odisha

ଆଜିଯାଏଁ ବଞ୍ଚି ରହିଛି ଅନ୍ଧବିଶ୍ବାସ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଚୌଦ୍ୱାର : ଏବେବି ଆଧୁନିକ ଯୁଗରେ ଗୁଣିଗାରେଡ଼ି ଉପରେ ମଧ୍ୟ ଲୋକ ମାନଙ୍କର ବିଶ୍ବାସ ରହିଛି । ଅନ୍ଧବିଶ୍ୱାସ କେତେ ଭୟଙ୍କର ହୋଇପାରେ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଚୌଦ୍ୱାର ମଙ୍ଗରାଜପୁର ବେରେଣା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ଶବକୁ ଜଙ୍ଗଲରେ ପକାଇ ଦେଇଛନ୍ତି ।

ବୃଦ୍ଧ ଜଣକ କାଲି ଧାନକ୍ଷେତ ଜଗିବାକୁ ବିଲକୁ ଯାଇଥିବା ସମୟରେ ତାଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଛି । ସୂଚନା ଅନୁସାରେ ସିଙ୍ଗରା ସଏ ଝଡ଼ାଫୁଙ୍କା କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.