Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର ଅଧିବାସୀଙ୍କୁ ଚାକିରି ଓ ଜମି ଅଧିକାର ମିଳିବ!

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅଧିବାସୀଙ୍କୁ ସ୍ୱତନ୍ତ୍ର ଭାବେ ଜମି ଓ ଚାକିରି କ୍ଷେତ୍ରରେ ସ୍ଥାୟୀ ଅଧିକାର ମିଳିବ। ବର୍ତ୍ତମାନ ନିଯୁକ୍ତି ଅଭାବରୁ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଛି। ତେଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାୟୀ ଅଧିକାର ଦେବାକୁ ଲକ୍ଷ୍ୟ ରଖିଛି। ଏହାର ଅର୍ଥ ଏମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜମି ଓ ଚାକିରି ଉପରେ ନିଜର ଅଧିକାର ଜାହିର କରିବେ।

ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏଭଳି ସ୍ଥାୟୀ ଅଧିକାର ସମ୍ପର୍କିତ ଆଇନ ପ୍ରଣୟନ କାର୍ଯ୍ୟ ଜାରି ରହିଛି ଏବଂ ଖୁବଶୀଘ୍ର ଏହାର ଘୋଷଣା କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ କରିବା ସହ ଏଠାକାର ଲୋକଙ୍କୁ ଜମି କିଣା ଓ ବିକ୍ରି କରିବା ପାଇଁ ମିଳୁଥିବା ସ୍ୱତନ୍ତ୍ର ସୁବିଧା ମଧ୍ୟ କାଟ ଖାଇଥିଲା।

ଯଦି ଏହି ନୂଆ ନିୟମ ଲାଗୁ ହେଲା ତାହାଦ୍ୱାରା ସେମାନେ ଜମ୍ମୁ-କଶ୍ମୀରରେ ସରକାରୀ ଚାକିରି ପାଇଁ ଆବେଦନ କରିବାର ସ୍ୱତନ୍ତ୍ର ଅଧିକାର ପାଇବେ। ସ୍ଥାନୀୟ ଲୋକଙ୍କୁ ଏଠାକାର ସ୍ଥାୟୀ ବାସିନ୍ଦାର ଅଧିକାର ମିଳିଲେ ସେମାନେ କେନ୍ଦ୍ର ଶାସିତ ଅଞ୍ଚଳ ଚାକିରି କରିପାରିବେ ଓ ଜମି କିଣା ବିକା କରିପାରିବେ।

Comments are closed.