Odisha Link
Bridging the Missing Links in Odisha

ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟକାରୀ କରାଯିବ ୫-ଟି

ଭୁବନେଶ୍ୱର : ସଂସଦୀୟ ବ୍ୟାପାର ବିଭାଗରେ ୫-ଟି କାର୍ଯ୍ୟକାରୀ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ୫-ଟି ଆଧାରରେ ବିଭାଗରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ରହିଛି । ବିଧାନସଭାରେ ଏକକାଳୀନ ବ୍ୟାଖ୍ୟାକରଣ ଓ ସେବା ପ୍ରଦାନ ବ୍ୟବସ୍ଥାକୁ ଇଂରାଜୀରୁ ଓଡ଼ିଆ ଓ ଓଡ଼ିଆରୁ ଇଂରାଜୀରେ ଆରମ୍ଭ କରାଯିବ ।

କାଗଜଶୂନ୍ୟ ଇ-କ୍ୟାବିନେଟ୍‌ ବୈଠକର ଅୟମାରମ୍ଭ କରାଯିବା ସହିତ ବିଧାନସଭା ସଞ୍ଚନ୍ଧୀୟ ବିଷୟକୁ ସ୍ୱୟଂକ୍ରିୟ, ନ୍ୟାସନାଲ୍‌ ଇ-ବିଧାନ ଆପ୍ଲିକେସନ୍‌ (ଏନ୍‌ଇଭିଏ)ର କାର୍ଯ୍ୟନ୍ୱୟନ ଏବଂ ଓସ୍ୱାସ୍‌(ଓଏସ୍‌ଡବ୍ଲୁ୍ୟଏସ୍‌)ର ଏକୀକରଣ କରାଯିବାର ପ୍ରସ୍ତାବ ରହିଛି ।

ସେହିଭଳି ମାନ୍ୟବର ବାଚସ୍ପତିଙ୍କ ସହିତ ପରାମର୍ଶ କ୍ରମେ ଗଣମାଧ୍ୟମକୁ ସମ୍ବୋଧନ ନିମନ୍ତେ ଏକ ସ୍ୱତନ୍ତ୍ର ଗଣମାଧ୍ୟମ ସମ୍ବୋଧନ ପ୍ରକୋଷ୍ଠ ସୃଷ୍ଟି କରାଯିବ । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଅନ୍ୟ ସରକାରୀ/ବିଧାନସଭା ପଦାଧିକାରୀମାନେ ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ରଖିବେ ।

Comments are closed.