Odisha Link
Bridging the Missing Links in Odisha

୫ ଡିସେମ୍ବର ୨୦୧୯ ରିଖରେ ଉଦଘାଟନ ହେବାକୁ ଯାଉଛି ମିଶନ ଶକ୍ତି ମେଳା

ଭୁବନେଶ୍ବର : ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ନିମନ୍ତେ, ମିଶନ ଶକ୍ତି ନିର୍ଦ୍ଦେଶାଳୟ , ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର ପାଇଁ ତା ୫ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଇଡକୋ ପ୍ରଦର୍ଶନୀ ପଡିଆଗର “ମିଶନ ଶକ୍ତି ମେଳା” ଆୟୋଜନ କରୁଅଛି ।

ଏହି ମେଳାରେ ୨୧୩ ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ , ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଏବଂ ବିକ୍ରୟ କରାଯିବ ।
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ଏହି ମିଶନ ଶକ୍ତି ଗମଳା ରାଜ୍ୟ ସରକାରଙ୍କର ଏକ ଅନନୟ ପ୍ରଚେଷ୍ଟା ।

ଭୁବନେଶ୍ବର ଭଳି ସହରାଞ୍ଚଳର ଲୋକ ମାନଙ୍କ ପାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ଅନନ୍ୟ ତଥାବିଭିନ୍ନ ପଦାର୍ଥ ବିଷୟରେ ସୂଚନା ଦେବା ଏବଂ ଏହାକୁ ଉପଲବ୍ଧ କରାଇବା ଏହି ମେଳାର ଉଦ୍ଦେଶ୍ୟ । ଏହା ଗ୍ରାମ ଓ ସହରାଞ୍ଚଳର ମହିଳା ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ଵାରା ଉତ୍ପାଦିତ ପଦାର୍ଥର ପ୍ରଦର୍ଶନ , ବିକ୍ରୟ ପାଇ ବଜାର ବ୍ୟବସ୍ଥା ଓ ଖାଉଟି ମାନଙ୍କର ପ୍ରାଥମିକତା ଆଧାରରେ ପଦର୍ଥ ଗୁଡିକର ମାନ ବୃଦ୍ଧି କରାଇବାରେ ବିଶେଷ ସହାୟକ ହେବ ।

ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ମହିଳା ସଶକ୍ତିକରଣ ନିମନ୍ତେ ୨୦୦୧ରେ ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଏକ ବୈପ୍ଳବିକ ପରିର୍ତ୍ତନ ଆଣିପାରିଛି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ସ୍ଥାୟୀ ରୋଜାଗାର ଉତ୍ସ ମାଧ୍ୟମରେ ଦୀର୍ଘ ସ୍ଥାୟୀ ରୋଜଗାର ଯୋଗାଇଦେବା ଏହାର ପ୍ରମୁଖ ଆଭିମୁଖ୍ୟ ।ମାନ୍ୟବର ମନ୍ତ୍ରୀ ଟୁକୁନି ସାହୁ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗଙ୍କ ଦ୍ଵାରା ତା ୫ ଡିସେମ୍ବର ୨୦୧୯ ରିଖ ସନ୍ଧ୍ୟା ୬ ଟାରେ ମିଶନ ଶକ୍ତି ମେଳାର ଶୁଭ ଉଦଘାଟନ ହୋଇଅଛି ।

ଡା. ଲୋପାମୁଦ୍ରା ବକ୍ସିପାତ୍ର, ଉପଦେଷ୍ଟା , ମିଶନ ଶକ୍ତି ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ; ଅନୁଗର୍ଗ, ପ୍ରମୁଖ ସେଚିବ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭା ; ସୁଜାତା ଆର. କାର୍ତ୍ତିକେୟନ, କମିଶନର ତଥା ନିର୍ଦେଶିକା, ମିଶନ ଶକ୍ତି ନିର୍ଦ୍ଦେଶାଳୟ ଏବଂ ରାଜେଶ ପ୍ରଭାକର ପାଟିଲ, ନିର୍ଦ୍ଦେଶକ  ତଥା ନିର୍ଦ୍ଦେଶକ, ଏନ ଆର ଏଲ ଏମ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ, ଓଆରଏମଏଏସ ଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ମିଶନ ଶକ୍ତି ମୋବାଇଲ ଆପ୍ଳିକେଶନର ଉନ୍ମୋଚନ ହୋଇଥିଲା ।

Comments are closed.