Odisha Link
Bridging the Missing Links in Odisha

କନ୍ଧମାଳର ଆଦିବାସୀ ଝିଅ ଝୁଲିମା ଙ୍କୁ ସମ୍ମାନ ଜନକ ଭି-ଆୱାଡ୍

ନୂଆଦିଲ୍ଲୀ : ବଣ ମଲ୍ଲୀ ବଣରେ ପୂୁଟି ମଉଳି ଯାଏନାହିଁ, ବରଂ ସେ ତାହାର ସୁଗନ୍ଧରେ ସାରା ପୃଥିବିକୁ ମହକିତ କରିଥାଏ , ଏହି କଥାକୁ ପ୍ରମାଣିତ କରିପାରିଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ର ଏକ ଅପହଂଚ ଅଚଂଳ ବାନ୍ଦୁଡି ର ଆଦିବାସୀ ଝିଅ ଝୁଲିମା ମଲ୍ଲିକ୍ ।

ଆଜି ଆନ୍ତର୍ଜାତିୟ ସ୍ୱେଚ୍ଚାସେବୀ ଦିବସ ଅବସରରେ ୟୁ ଏନ୍ ହାଉସ୍ , ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଝୁଲିମାଙ୍କୁ ସମ୍ମାନ ଜନକ ଭି – ଆୱାଡ୍ ରେ ସମ୍ମାନିତ କରାଯାଇଅଛି । ସାରା ଭାରତରୁ ୧୦ ଜଣଙ୍କୁ ଏହି ଆୱାଡ୍ ମିଳିଥିବା ବେଳେ ଓଡ଼ିଶାରୁ ଏକ ମାତ୍ର ଝିଅ ହିସାବରେ ଝୁଲିମାଙ୍କୁ ଏହି ଆୱାଡ୍ ପ୍ରଦାନ କରାଯାଇଅଛି ।

କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ସେଭ୍ ଦି ଚିଲେଡ୍ରେନ୍ ଦ୍ୱାରା ସେ ସ୍ୱେଚ୍ଛାସେବୀ ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲେ ୨୦୧୬ ମସିହାରେ । ଏହି ସମୟ ମଧ୍ୟରେ ସେ ମୁଖ୍ୟତଃ ବାଲ୍ୟ ବିବାହ ବିରୋଧ, ବାଳିକା ଶିକ୍ଷାର ପ୍ରଚାର ପ୍ରସାର, ଯୈାନ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାର ଆଦି ଗୁରୁତ୍ୱପୂର୍ଣ ବିଷୟ ଉପରେ ଜନସାଧାରଣ ମୁଖ୍ୟତଃ କିଶୋରୀ ବାଳିକା ମାନଙ୍କୁ ସଚେତନ କରିବା ସହିତ ଶିଶୁ ଅଧିକାର ଦିଗରେ କାର୍ଯ୍ୟ କରିଛନ୍ତି ।

ବର୍ତମାନ କ.ନୂଆଗାଁ ବ୍ଲକ୍ ସ୍ତରୀୟ ଅନନ୍ୟା ବାଳିକା ମହାସଂଘର ସେ ସଭାନେତ୍ରୀ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଝୁଲିମା ନିଜର ପ୍ରଚେଷ୍ଟାରେ ନିଜର ବାହାଘର ବନ୍ଦକରିବା ସହିତ ୧୨ ଗୋଟି ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇପାରିଛନ୍ତି । ଏହି ସମ୍ମାନ ପାଇ ଯେ ସେ ଏତିକିରେ ଅଟକି ଯିବେ ତାନୁହେଁ ବରଂ ସମ୍ପୁର୍ଣ କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଝୁଲିମା କହିଛନ୍ତି ।

Comments are closed.