Odisha Link
Bridging the Missing Links in Odisha

ବିଶ୍ୱ ମୃତ୍ତିକା ଦିବସ

ଭୁବନେଶ୍ୱର : ମୁଠାଏ ମାଟି ତିଆରି ହେବା ପାଇଁ ହଜାର ହଜାର ବର୍ଷ ଲାଗୁଥିବାବେଳେ ପ୍ରତିବର୍ଷ ଯେତେ ପରିମାଣରେ ମୃତ୍ତିକା କ୍ଷୟ ହେଉଛି ତାହା ଭବିଷ୍ୟତ ପାଇଁ ବି ପଦ ସୃଷ୍ଟି କରିବ । ପ୍ରକୃତିର ଅନବଦ୍ୟ ଅବଦାନ ପାଣି, ପବନ, ଆଲୋକ ଓ ମାଟି । ପୃଥିବୀର ମାନବଜଗତ ସମେତ ସଂ ପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତର ଆଧାର ମାଟି ହୋଇଥିବାବେଳେ ମାଟିର ସୁରକ୍ଷା ଆଜି ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

କୃଷିଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ମାନବ ସଭ୍ୟତାକୁ ବଞ୍ଚାଇବାକୁ ହେଲେ ମାଟିର ଉର୍ବରତା ଓ ସୁରକ୍ଷା ଏକାନ୍ତ ଆବଶ୍ୟକ । ଏଥି ନିମନ୍ତେ ବର୍ଷ ସାରା ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି । ପ୍ରତି ବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୭୫ ବିଲିୟନ୍‌ ଟନ୍‌ ମୃତ୍ତିକା କ୍ଷୟ ଘଟିଥାଏ । ମୃତ୍ତିକା କ୍ଷୟ ଉଭୟ ପ୍ରାକୃତିକ ଓ ମାନବକୃତ ହୋଇଥିବାରୁ ମାଟିର ଦୁରୁ ପଯୋଗ ଓ ଅବିଚାରିତ ଭାବେ ମାଟିର ବ୍ୟବହାର ଦିଗରେ ସତର୍କ ହେବାକୁ ପଡ଼ିବ ।

ମାଟିରେ ବିଭିନ୍ନ ଖଣିଜ ଲବଣ, ଜୈବିକ ତତ୍ତ୍ୱ, ବାୟୁ ସମେତ ୧୮ ପ୍ରକାର ଗୁଣ ରହିଛି, ଯାହା ଖାଦ୍ୟ ଉତ୍ପାଦନରେ ସହାୟକ ହୋଇଥାଏ । ଚାଷୀମାନେ ସଚେତନ ହୋଇ ନିଜ ଆଡୁ ମୃତ୍ତିକାର ପରୀକ୍ଷା କରାଇ ଚାଷ କାର୍ଯ୍ୟ କରିବା ଦିଗରେ ଆଗଭର ହେବା ଉଚିତ । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ୍ତିକାର ସଂରକ୍ଷଣ ନିମନ୍ତେ ଅନେକଗୁଡ଼ିଏ ପଦକ୍ଷେପ ନିଆ ଯାଇଥିଲେ ହେଁ ମୃତ୍ତିକାର ଯତ୍ନ ଲାଗି ଉଭୟ ସରକାରୀ ଓ ବେସରକାରୀ ସଂଗଠନ, ଗୋଷ୍ଠୀ ଓ ବ୍ୟକ୍ତିବିଶେଷ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ।

ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ପୁରାକାଳରୁ ଆମ ସଂସ୍କୃତିରେ ମାଟିର ମହତ୍ତ୍ୱ ରହିଆସିଛି । ମୃତ୍ତିକା କ୍ଷୟ ରୋକିବା ଓ ମୃତ୍ତିକାର ସ୍ୱାସ୍ଥ୍ୟ ବିଷୟରେ ଚାଷୀମାନଙ୍କୁ ଜଣାଇବା ନିମନ୍ତେ ଭୂଚେତନା କାର୍ଯ୍ୟକ୍ରମ କରାଯାଇଛି । ବର୍ତ୍ତମାନ ରାଜ୍ୟର ୩୧୪ଟି ବ୍ଲକ୍‌ରେ ମୃତ୍ତିକା ପରୀକ୍ଷଣ ସୁବିଧା ଉପଲବ୍ଧ ହେଉଛି ।

ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ମୃତ୍ତିକା ସ୍ୱାସ୍ଥ୍ୟକୁ କି ପରି ଅବକ୍ଷୟରୁ ରୋକାଯାଇ ପାରିବ ସେ ସଂ ପର୍କରେ ଡ. ଗର୍ଗ ସୂଚନା ଦେଇଥିଲେ । ଏଥି ସହିତ ୨୦୧୮-୧୯ରେ ୧୯ ଲକ୍ଷରୁ ଊଦ୍ଧ୍ୱର୍ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି ବୋଲି ଡ. ଗର୍ଗ କହିଥିଲେ । ସମାରୋହରେ ଇକି୍ରସାଟ୍‌ର ଥିମ୍‌ ଲିଡର ଡ. ନାଥ ଦୀକ୍ଷିତ କହିଲେ ଯେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ, ବାସଗୃହ ଓ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ମାଟି ଉପରେ ଅତ୍ୟଧିକ ଚାପ ପଡ଼ୁଛି ।

ଭୂଚେତନା କାର୍ଯ୍ୟକ୍ରମ ଜରିଆରେ ମୃତ୍ତିକାର ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜ୍ଞାନ ହାସଲ କରି ଓଡ଼ିଶାର ଚାଷୀମାନେ ବହୁଳ ଭାବେ ଉ ପକୃତ ହୋଇ ପାରିବେ ବୋଲି ଡ. ଦୀକ୍ଷିତ ସୂଚନା ଦେଇଥିଲେ ।
କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁ କୁମାର ଓ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର କୁମ୍ଭକର୍ଣ୍ଣ ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମୃତ୍ତିକା ଅବକ୍ଷୟର ବିଭିନ୍ନ ଦିଗ ଓ ଏହାର ନିରାକରଣ ସଂପର୍କରେ ବିଶଦ ଆଲୋଚନା କରିଥିଲେ ।

ଏହି ଅବସରରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଅଗ୍ରଣୀ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ସମାରୋହ ଆଇ.ଆର୍‌.ଆର୍‌.ଆଇ, ସି.ଆଇ. ପି, ସି.ଟି.ସି.ଆଇ.ଆଇ, ଆଇ.ସି.ଏ.ଆର୍‌.ଡିଏ. ଇକି୍ରସାଟ୍‌, ଏନ୍‌.ଆର୍‌.ଆର୍‌.ଆଇ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରର ପ୍ରତିନିଧି ଏବଂ କୃଷି ବୈଜ୍ଞାନିକଙ୍କ ସମେତ ବିଭିନ୍ନ ଜିଲ୍ଲାର ଅଗ୍ରଣୀ ଚାଷୀମାନେ ଯୋଗଦେଇଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.