Odisha Link
Bridging the Missing Links in Odisha

୬୦ ରଙ୍ଗ ରୁଟ୍‌ରେ ଲାଗିବ ହୋର୍ଡିଂ

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଚିହ୍ନଟ କରିଛି ୨୦୦ଟି ‘ରଙ୍ଗ୍‌ରୁଟ୍‌ ପଏଣ୍ଟ’। ଏଥି ମଧ୍ୟରୁ ୬୦ଟି ଅତି ସମ୍ବେଦନଶୀଳ ‘ରଙ୍ଗ୍‌ରୁଟ୍‌ ପଏଣ୍ଟ’ ରହିଥିବା ବେଳେ ଏହି ସବୁ ଜାଗାମାନଙ୍କରେ ହୋର୍ଡିଂ ଜରିଆରେ ସଚେତନ କରାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଏହି ବ୍ୟବସ୍ଥା ପରେ ଯଦି କେହି ନିୟମ ନ ମାନେ ତେବେ ନୂଆ ମୋଟର ଯାନ ଆଇନ ବଳରେ ୫ ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି। ଏହି ସବୁ ସମ୍ବେଦନଶୀଳ ସ୍ଥାନ ମଧ୍ୟରେ ସହିଦ ନଗର ଥାନାରୁ ବାଣୀବିହାର, ବାଣୀବିହାର ଛକରୁ ଉତ୍କଳ ବିଶ୍ବବିଦ୍ୟାଳୟ, ସତ୍‌ସଙ୍ଗ୍‌ ଛକରୁ ବାଣୀବିହାର, ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କିରୁ ତନିସ୍କ କଟ୍‌, ଓମ୍‌ଫେଡ୍‌ ଛକରୁ ତନିସ୍କ କଟ୍‌ ପ୍ରଭୃତି ସ୍ଥାନ ରହିଅଛି।

Comments are closed.