Odisha Link
Bridging the Missing Links in Odisha

ପସ୍କୋ ଆକ୍ଟରେ ରାଜକ୍ଷମା ଆବେଦନ ଶେଷ କରାଯାଉ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି ଯେ, ଶିଶୁ ଦୁଷ୍କର୍ମକାରୀଙ୍କ ଲାଗି ରାଜକ୍ଷମା ଆବେଦନର କୌଣସି ବ୍ୟବସ୍ଥା ରହିବା ଉଚିତ ନୁହେଁ । ପୋକ୍ସୋ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କୁ ରାଜକ୍ଷମା ଆବେଦନ କରିବାକୁ ଅନୁମତି ଦିଆନଯାଉ।

ରାଜସ୍ଥାନରେ ଅନୁଷ୍ଠିତ ଏକ ସଭାରେ ଉଦବୋଧନ ଦେବାବେଳେ ସେ କହିଛନ୍ତି ଯେ ଆମ ଦେଶରେ ନାରୀ ସୁରକ୍ଷା ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ପୋକ୍ସୋ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କୁ ରାଜକ୍ଷମା ଆବେଦନ କରିବାର ଅଧିକାର ମିଳିବା ଉଚିତ କି ନୁହେଁ, ତାହା ସଂସଦ ବିଚାର କରୁ।

Comments are closed.