Odisha Link
Bridging the Missing Links in Odisha

ଜଳିଗଲା ୧୦ବଖରାରୁ ଅଧିକ ଘର

ବ୍ରହ୍ମଗିରି: ପୁରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ନିଆଁଲାଗି ଜଳିଗଲା ୧୦ରୁ ଅଧିକ ବଖରା ଘର। ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡି ଯାଇଛି। କିଛି ଗାଇଗୋରୁ ଓ ଆସବାବ ପତ୍ର ମଧ୍ୟ ଜଳି ଯାଇଛି।
ଘଟଣା ସ୍ଥଳରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ କର୍ମଚାରୀ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.