ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ପୁରୀ : ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏକ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏହି ଦମ୍ପତିଙ୍କ ନାମ ରଂଜିତ ପରିଡ଼ା ଏବଂ ସୌମ୍ୟା ଶେଫାଳିକା ପରିଡ଼ା ବୋଲି ଜଣା ପଡିଛି।। ଏହି ଦମ୍ପତି ପୀଡ଼ିତାଙ୍କୁ ଭୁବନେଶ୍ବରରୁ ପୁରୀ ଆଣିଥିଲେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଗତକାଲି ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରାଯାଇଥିଲା ବୁଲୁ ବାରିକ ଜଣେ ସିଆରପିଏଫ୍ ଯବାନ ବୋଲି ଗଣା ପଡିଛି। ପୂର୍ବରୁ ଗଣଦୁଷ୍କର୍ମ ଘଟଣାରେ ବ୍ରହ୍ମଗିରି ଥାନା ଆଳିଆପୁଟୁ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଥିଲା। ରାମଚନ୍ଦ୍ରର ନାଁ’ରେ ପୂର୍ବରୁ ବ୍ରହ୍ମଗିରି ଥାନାରେ ୪ରୁ ଅଧିକ ମାମଲା ରହିଛି।