Odisha Link
Bridging the Missing Links in Odisha

ଆଇଟି କମ୍ପାନୀମାନଙ୍କ ସହ ହେବ ମାରାଥନ ବୈଠକ

ଭୁବନେଶ୍ୱର : ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବଦେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅପରାହ୍ନରେ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ କାଳରେ ମନ୍ତ୍ରୀ ବେହେରା ବିଭିନ୍ନ ଆଇଟି କମ୍ପାନୀମାନଙ୍କ ସହ ବୈଠକ ଓ ଆଲୋଚନା କରିବା ସହ ଓଡ଼ିଶାରେ ଆଇଟି କମ୍ପାନୀ ପ୍ରତିଷ୍ଠା ନେଇଥିବା ଭିତ୍ତିଭୂମି ଓ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସନ୍ଧ୍ୟାରେ ମନ୍ତ୍ରୀ ବେହେରା ବିମାନ ଯୋଗେ ବେଙ୍ଗାଲୁରୁ ଗସ୍ତରେ ଯାଇଥିବାବେଳେ ସୋମବାର ଏବଂ ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ସୋମବାର ଦିନ ପୂର୍ବାହ୍ନ ୧୦ଟା ସମୟରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ଅଶ୍ୱଥ ନାରାୟଣଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପରେ ୧୧.୩୦ ସମୟରେ ଆଇଇଏସ୍‌ଏ କାର୍ଯ୍ୟଳୟରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଯୋଗଦେବା ସହ ଆଇଇଏସ୍‌ଏର କାର୍ଯ୍ୟକ୍ରମ ସହ ବିଭିନ୍ନ ଶିଳ୍ପୋଦ୍ୟୋଗୀମାନଙ୍କ ସହ ଆଲୋଚନା କରିବେ । ଅପରାହ୍ନରେ ଟେକ୍ସାସ୍‌ ଇନ୍‌ଷ୍ଟ୍ରୁମେଣ୍ଟସ୍‌ଠାରେ ବିଭିନ୍ନ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ପରେ ମନ୍ତ୍ରୀ ବେହେରା ଇଲେକ୍‌ଟ୍ରୋନିକ୍ସ ସିଟି ଏବଂ କ୍ରିପ୍‌ଟନ୍‌ ମାନ୍ୟୁଫାକଚରିଂ କମ୍ପାନୀ ମଧ୍ୟ ପରିଦର୍ଶନ କରିବେ । ମଙ୍ଗଳବାର ମଧ୍ୟ ଟେସଲଭ୍‌ ଟେଷ୍ଟ ଫାସିଲିଟି ଗସ୍ତ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀଙ୍କ ଏହି ଗସ୍ତ ଆଗାମୀ ଦିନରେ ଓଡ଼ିଶାରେ ଆଇଟି କ୍ଷେତ୍ରରେ ଅନେକ ପୁଞ୍ଜିନିବେଶର ଆଶା ସୃଷ୍ଟି କରିବା ସହ ମେକ୍‌ ଇନ୍‌ ଓଡ଼ିଶା ଲକ୍ଷ୍ୟକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ବିଭାଗ ଆଶା ରଖିଛି ।

ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ଅଧିକ ବ୍ୟା ପକ କରାଯିବା ସହ ଓଡ଼ିଶାକୁ ଏକ ଆଇଟି ହବ୍‌ ଭାବରେ ପରିଣତ କରାଯିବ । ଏଥି ସହ ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ବେହେରା ତାଙ୍କର ମତ ରଖିଛନ୍ତି ।

Comments are closed.