ଶ୍ରୀମନ୍ଦିର ଦର୍ଶନ କଲେ ଅଭିନେତା ଗୋବିନ୍ଦା

ପୁରୀ : ବଲିଉଡର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଗୋବିନ୍ଦା ଆହୁଜା ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଗୋବିନ୍ଦାଙ୍କ ସହ ତାଙ୍କର ଧର୍ମପତ୍ନୀ ସୁନୀତା ଆହୁଜା ବି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗୋଟିଏ ଦିନ ଆଗରୁ ସୁନୀତା ଏକୁଟିଆ ଆସି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ। ଗତକାଲି ପୁନର୍ବାର ଦୁଇଜଣ ସାଙ୍ଗ ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ କୃପା ଲାଭ କରିଛନ୍ତି। ଏହି ଅବସରରେ ଦୁଇଜଣ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତରେ ରହିବା ସହ ମହାପ୍ରଭୁଙ୍କ ବଡ଼ସିଂହାର ବେଶର ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଉଭୟ ଭୁବନେଶ୍ବର ଫେରି ଯାଇଥିଲେ।