Odisha Link
Bridging the Missing Links in Odisha

ଝାଡଖଣ୍ଡରେ ୨ ଜଣ ସିଆରପିଏଫ ଯବାନ ସହିଦ

ରାଞ୍ଚି: ଝାଡ଼ଖଣ୍ଡରେ ସିଆରପିଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏହି ପାଟିତୁଣ୍ଡ ଉଗ୍ରରୂପ ନେଇ ଗୁଳିକାଣ୍ଡ ଘଟିଥିଲା। ଯବାନମାନେ ପରସ୍ପରକୁ ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ୨ ସିଆରପିଏଫ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଗୁଳିମାଡ଼ କରିଥିବା ଯବାନଙ୍କ ନାମ ହେଉଛି ଦୀପେନ୍ଦ୍ର ଯାଦବ। ଦୀପେନ୍ଦ୍ରଙ୍କୁ କାବୁ କରାଯାଇଛି।

ସୂଚନା ଅନୁସାରେ, ଚାଇବାସାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ୨୨୬ ବାଟାଲିୟନର ସିଆରପିଏଫ ଯବାନମାନେ ଫେରୁଥିଲେ। ବୋକାରେର ଗୋମିଆସ୍ଥିତ କୁର୍କନାଲା ଉଚ୍ଚ ବିଦ୍ୟାଳୟ ଏବଂ ମଧ୍ୟ ବିଦ୍ୟାଳୟରେ ସେମାନଙ୍କର ରହିବା ବ୍ୟବସ୍ଥା ହୋଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ସେମାନେ ସ୍କୁଲରେ ପହଞ୍ଚିଥିଲେ। ରାତି ପ୍ରାୟ ୮ଟା ୩୦ରେ ଖାଇବାକୁ ନେଇ ଦୁଇଟି ଯାକ ବିଦ୍ୟାଳୟରେ ରହୁଥିବା ଯବାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଯବାନମାନେ ପରସ୍ପରଙ୍କୁ ଗୁଳିମାଡ଼ କରିଥିଲେ। ଏଥିରେ ସିଆରପିଏଫର ୨ ଅଧିକାରୀ ଆସଷ୍ଟାଣ୍ଟ କମାଣ୍ଡାଣ୍ଟ ସାହୁଲ ଅହସନ ଏବଂ ଏଏସଆଇ ପୂର୍ଣ୍ଣାନନ୍ଦ ଭୂୟାଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Comments are closed.