ଜୀବନ ନେଲା ରାମଦୋଳିରେ ସେଲ୍ଫି

ତରଭା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଧନୁଯାତ୍ରାରେ ଘଟିଛି ଏକ ଅଘଟଣ। ଦୋଳିରେ ବସି ସେଲ୍ଫି ନେବାବେଳେ ଦୋଳିରୁ ପଡି ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ଜଗା ବାରିକ ଏବଂ ମାଧ ଛତ୍ରିଆ। ଗୁରୁତର ଅବସ୍ଥାରେ ଜଗାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଓ ମାଧକୁ ଡୁଙ୍ଗୁରିପାଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତକାଲି ରାମପୁର ଧନୁଯାତ୍ରା ବୁଲିବାକୁ ଯାଇଥିବା ବେଳେ ଦୋଳିରେ ବସିଥିଲେ।