Odisha Link
Bridging the Missing Links in Odisha

ଅର୍ଥବ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତିତ, ମୁଁ ମୋ କାମ କରୁଛି: ସୀତାରମଣ

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥା ସୁଧାର ପାଇଁ ଅନେକ ପଦକ୍ଷେପ ନେଇଛୁ। ନିବେଶ ବଢ଼ାଇବାକୁ କର୍ପୋରେଟ ଟାକ୍ସ ହ୍ରାସ କରାଯାଇଛି। ସରକାରୀ କମ୍ପାନୀର ବକେୟା ପରିଶୋଧ ଉପରେ ଗୁରୁତ୍ୱ ଦିଆଯାଇଛି। ଆସ୍ତେ ଆସ୍ତେ ଅର୍ଥ ବ୍ୟବସ୍ଥାରେ ସୁଧାର ଦେଖାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଏଥିସହିତ ସୀତାରମଣ କହିଛନ୍ତି ଯେ, ଅର୍ଥବ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ହେଲେ ମୁଁ କେବଳ ମୋ କାମ କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

Comments are closed.