Odisha Link
Bridging the Missing Links in Odisha

ଭାରତ ବଞ୍ଚାଅ ସମାବେଶ: ଅର୍ଥନୀତିକୁ ନେଇ ବର୍ଷିଲେ ପି.ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ରାମଲୀଳା ମୈଦାନରେ ଜଣକ ପରେ ଜଣେ କଂଗ୍ରେସ ନତୋ ବିଜେପି ଉପରେ ବର୍ଷିଛନ୍ତି। କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ବଞ୍ଚାଅ ସମାବେଶରେ ଭାରତୀୟ ଅର୍ଥନୀତିକୁ ନେଇ ବର୍ଷିଛନ୍ତି ପି ଚିଦାମ୍ବରମ୍।

ପି. ଚିଦାମ୍ବରମ ରାଲିକୁ ପ୍ରଥମେ ଉଦୋବଧନ ଦେବାକୁ ଯାଇ କେନ୍ଦ୍ରର ଅର୍ଥନୀତି ଉପରେ ବର୍ଷିଛନ୍ତି। ଆଜି ଭାରତର ଅର୍ଥବ୍ୟବସ୍ଥା ଭୁଶୁଡ଼ିଯାଇଛି। ହେଲେ ମନ୍ତ୍ରୀଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଦେଶରେ ବେରୋଜଗାର ବୃଦ୍ଧି ପାଇଛି। କାରଖାନା, ଓ୍ୱାର୍କଶପ ବନ୍ଦ ହୋଇଯାଉଛି। ଲୋକମାନେ ଚାକିରି ହରାଉଛନ୍ତି। ଗତକାଲିର ସ୍ଥିତି ଅପେକ୍ଷା ଆଗାମୀ ଦିନର ସ୍ଥିତି ଅଧିକ ଖରାପ ହେଉଛି। ଏଥିପାଇଁ ମୋଦି ସରକାରର ଅର୍ଥବ୍ୟବସ୍ଥା ଦାୟୀ ବୋଲି ଚିଦାମ୍ୱରମ କହିଛନ୍ତି।

ଛଅ ମାସ ହେବ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡ଼ି ଗଲାଣି। ତଥାପି ଅର୍ଥମନ୍ତ୍ରୀ କହୁଛନ୍ତି ସବୁକିଛି ଠିକ୍ ଠାକ୍ ରହିଛି। ଏବେ ବି ଭାରତ ଦୁନିଆରେ ଶୀର୍ଷ ସ୍ଥାନରେ ରହିଛି। ଶାସକ ଦଳର ମନ୍ତ୍ରୀମାନେ ଅଚ୍ଛେ ଦିନ କେବେ ଆସିବ ବୋଲି କହିବେ କି ବୋଲି ଚିଦାମ୍ୱରମ କହିଛନ୍ତି।

Comments are closed.