Odisha Link
Bridging the Missing Links in Odisha

ନିଷିଦ୍ଧାଞ୍ଚଳରେ ଫଟୋ ଉଠା ପ୍ରସଙ୍ଗ: ଏଲିନାଙ୍କ ପରେ ଭୁଲ୍‌ ମାଗିଲେ ପ୍ରକୃତି, କହିଲେ ଆଉ..

ଭୁବନେଶ୍ବର: ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳ ଫଟୋ ଭାଇରାଲ ଘଟଣା। ଏଲିନାଙ୍କ ପରେ ଭୁଲ୍‌ ମାଗିଲେ ପ୍ରକୃତି ମିଶ୍ର। ଭୁଲ୍‌ ହୋଇଯାଇଥିବା କହି କ୍ଷମା ମାଗିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ କହିଛନ୍ତି ଯେ, ଅନୁମତି ନେଇ ଯାଇଥିଲୁ ହେଲେ ଜାଣିନଥିଲି ସେଠାରେ ଫଟୋ ଓ ଭିଡିଓ କରିବା ମନା ବୋଲି।

ଖୁସିରେ ଫଟୋ ଉଠାଇ ଦେଇଥିଲି। ଫଟୋ ଭିଡିଓ କରି ମୋ ଇନ୍‌ଷ୍ଟାଗ୍ରାମରେ ଅପଲୋଡ୍‌ କରିଥିଲି। ମୁଁ ମୋ ଭୁଲକୁ ମାନୁଛି ଆଉ ଭବିଷ୍ୟତରେ ଏପରି କିଛି ହେବନାହିଁ ବୋଲି କହିଛନ୍ତି ପ୍ରକୃତି ମିଶ୍ର।

ସୂଚନାଯୋଗ୍ୟ, ଶନିବାର ଓଡ଼ିଆ ସିନେମା ଜଗତର ତିନି ଜଣ ଅଭିନେତ୍ରୀ ସମ୍ବଲପୁର ଆସିଥିବାବେଳେ ଡ୍ୟାମ ଉପର ଦେଇ ହୀରାକୁଦ ପଟରୁ ବୁର୍ଲା ପଟକୁ ଆସିଥିଲେ। ତେବେ ସେମାନେ ଡ୍ୟାମ ଉପରେ ଗାଡ଼ି ଅଟକାଇ ଫଟୋ ଓ ଭିଡିଓ ସୁଟିଂ କରିଥିଲେ। ପରେ ପ୍ରକୃତି ମିଶ୍ର ଏହି ଭିଡିଓକୁ ଇନଷ୍ଟ୍ରାଗ୍ରାମରେ ଛାଡ଼ିଥିଲେ। ଏହି ଭିଡିଓରେ ପ୍ରକୃତି ‘ଆଇ ଆମ ଆଟ ହୀରାକୁଦ ଡ୍ୟାମ..’ ସ୍ପଷ୍ଟ ଭାବେ କହୁଥିବା ଦେଖିବାକୁ ମିଳିଥିଲା।

Comments are closed.