Odisha Link
Bridging the Missing Links in Odisha

୯ଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ

ରାୟଗଡ଼ା: ୨ବର୍ଷ ତଳର ଏକ ହତ୍ୟାକାଣ୍ଡର ରାୟ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଦୌରା ଜଜ। କୋର୍ଟ ତାଙ୍କ ରାୟରେ ୯ଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି। ରାୟଗଡ଼ା ଟିକିରି ଥାନା ଅନ୍ତର୍ଗତ ପୋଡକଣା ଗ୍ରାମର ଛେଳିଆ ମାଝୀ ହତ୍ୟାକାଣ୍ଡର ବିଚାର କରି ଜିଲ୍ଲା ଦୌରା ଜର୍ଜ ସୋମଶେଖର ଜେନା ଏହି ସଜା ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ମସିହା ନଭେମ୍ବର ୩୦ ତାରିଖ ରାତି ୮ଟା ସମୟରେ ଛେଳିଆ ମାଝୀ ଘରେ ଥିଲେ। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଛେଳିଆ ମାଝୀଙ୍କୁ କଡିଗରଡା ଜଙ୍ଗଲକୁ ନେଇ ମାଡ ମାରିବା ସହ ମୁଣ୍ଡ ଗଣ୍ଡି ହାଣି ଅଲଗା କରି ହତ୍ୟା କରିଥିଲେ। ଜମିଜମା ବିବାଦକୁ ନେଇ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିଲା ବୋଲି ସ୍ଥାନୀୟଲୋକ ଓ ମୃତ ଛେଳିଆ ମାଝୀଙ୍କ ପରିବାରଲୋକ କହିଥିଲେ।

Comments are closed.