Odisha Link
Bridging the Missing Links in Odisha

କୁନ୍ଦୁଲି ମାମଲାର ଏସଆଇଟି ରିପୋର୍ଟ ଦାଖଲ

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଏସଆଇଟି ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ମୁଦା ଲଫାପାରେ ଉକ୍ତ ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରାଯାଇଛି । ତେବେ ଚୂଡ଼ାନ୍ତ ରିପୋର୍ଟ ପାଇଁ ଏସଆଇଟି ଟିମ ଆଉ ସପ୍ତାହେ ସମୟ ମାଗିଥିବାବେଳେ ହାଇକୋର୍ଟ ଡିସେମ୍ବର ୨୩ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଶ୍ରୀଜୀ ଭାଉସାରଙ୍କ ଠାରୁ ଏହି ସୂଚନା ମିଳିଛି ।

ସୂଚନା ଅନୁସାରେ, ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୂଷାଗୁଡ଼ାର ଜଣେ ନବମ ଶ୍ରେଣୀର ଛାତ୍ରୀ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ। ସେଠାରୁ ସେ କାମ ସାରି ଫେରୁଥିବା ବେଳେ ଖାନ୍ଦା ଘାଟିର ୪ଜଣ ଯବାନ ତାଙ୍କୁ ଗଣବଳାତ୍କାର କରିଥିଲେ। କୁନ୍ଦୁଲି ପୀଡ଼ିତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା। ତାଙ୍କୁ ଚିକିତ୍ସାପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ନ୍ୟାୟ ନ ପାଇ ସେ ୨୦୧୮ ଜାନୁଆରୀରେ ଓ ଆତ୍ମହତ୍ୟା କରିଥିଲେ । ତେବେ ଏହି ମାମଲାର ତଦନ୍ତ ପାଇଁ ହାଇକୋର୍ଟ ଏସଆଇଟି ଗଠନ କରିଥିଲେ। ୩ଜଣ ରେଞ୍ଜର ଓ ୩ ଜଣ ଡିଆଜିଙ୍କୁ ନେଇ ଏସଆଇଟି ଗଠନ କରାଯାଇଥିଲା।

Comments are closed.