Odisha Link
Bridging the Missing Links in Odisha

ଫିଟ୍ ଇଣ୍ଡିଆ ଗଣଦୌଡ଼

ଭୁବନେଶ୍ବର: ସୈନିକ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ତମ ଜନ୍ମ ବା‌ର୍ଷିକ ଉପଲକ୍ଷେ ସୈନିକ ସ୍କୁଲ୍ ପୁରାତନ ଛାତ୍ର ସଂସଦ ଏବଂ ଓଡ଼ିଶା ଖଣି ନିଗମ ମିଳିତ ସହଯୋଗରେ ଆଜି ଅନୁଷ୍ଠିତ ହୋଇଯାଇଛି ଏକ ଗଣଦୌଡ଼। ସ୍କୁଲ୍ ପରିସରରୁ ଆରମ୍ଭ ହୋଇ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ହୋଇଥିଲା ଏହି ଗଣଦୌଡ଼। କୃତୀ ପ୍ରତିଯୋଗୀଙ୍କୁ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଲେଫ୍ଟନାଣ୍ଟ ଜେନେରାଲ୍ ଜେ.କେ ମହାନ୍ତି, ସୈନିକ ସ୍କୁଲ୍ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍‌ଟେନ ଡୋମିନିକ୍ ରାୟନ୍ ଓ ଡିସିପି ଅନୁପ ସାହୁ ପତାକା ଦେଖାଇ ଦୌଡ଼ ଶୁଭାରମ୍ଭ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ସୈନିକ ସ୍କୁଲର ପୁରାତନ ଛାତ୍ର ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣଦୌଡ଼ର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସ୍କୁଲ୍ ପ୍ରାଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା, ଉପାଧ୍ୟକ୍ଷ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ, ପୁରାତନ ଛାତ୍ର ସଂସଦ ସଭାପତି ଅମିତାଭ ସ୍ବାଇଁ, ସଂପାଦକ ଡାକ୍ତର ନିରଞ୍ଜନ ପାଢ଼ୀ, ଓଡ଼ିଶା ରାଜ୍ୟପାଳଙ୍କ ସ୍ବତନ୍ତ୍ର ସଚିବ ମଧୁସୂଦନ ପାଢ଼ୀ, ବରିଷ୍ଠ ଅଧ୍ୟାପକ ବି‌ଘ୍ନେଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.