Odisha Link
Bridging the Missing Links in Odisha

ଥାନାରେ ଲଭ୍‌ ଷ୍ଟୋରୀ

ଭଦ୍ରକ: ପ୍ରଥମେ ପ୍ରେମ ତା ପରେ ସମ୍ପର୍କ ଓ ଶେଷରେ ବିବାହ ପାଇଁ ପ୍ରତ୍ୟାଖାନ। କିଛି ଏଭଳି ଅଭିଯୋଗ ଆଣି ପୁରୁଷ କନେଷ୍ଟବଳଙ୍କ ନାମରେ ଅଭିଯୋଗ ଆଣିଛନ୍ତି ମହିଳା କନେଷ୍ଟବଳ। ମିଳିଥିବା ସୂଚନା ମୁତାବକ ଥାନାରେ ଡ୍ୟୁଟି କରୁକରୁ ୬ ବର୍ଷ ତଳେ ମହିଳା କନେଷ୍ଟବଳ ଓ ପୁରୁଷ କନେଷ୍ଟବଳ ଜଗତପତି ହାଁସଦାଙ୍କ ମଧ୍ୟରେ ଦେଖାଦେଖିରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହା ପରେ ଏହି ପ୍ରେମ ସମ୍ପର୍କ ଶାରୀରିକ ସମ୍ପର୍କର ରୂପ ମଧ୍ୟ ନେଇଥିଲା।
କିନ୍ତୁ ମହିଳା କନେଷ୍ଟବଳ ଯେତେବେଳେ ବିବାହ ପାଇଁ କହିଥିଲେ ଏହାକୁ ମନା କରିଦେଇଥିଲେ ପୁରୁଷ କନେଷ୍ଟବଳ। ୨୦୦୯ ମସିହାରେ ଉଭୟ ଚାକିରି ଜୀବନ ଆରମ୍ଭ କରିଥିବାବେଳେ ବିବାହ କରିବାକୁ ମହିଳା କନେଷ୍ଟବଳ ବାରମ୍ବାର କହିଥିଲେ ବି ଜଗତ ଏହାକୁ ଏଡ଼ାଇଦେଉଥିଲେ। ଏହା ପରେ ମହିଳା କନେଷ୍ଟବଳ ଭଦ୍ରକ ଏସପିଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ।
ଆଜି ଦିନ ଏସପି ଉଭୟଙ୍କୁ ଡାକି ବୁଝାସୁଝା କରିଥିଲେ ବି ପୁରୁଷ କନେଷ୍ଟବଳ ବିବାହ କରିବେ ନାହିଁ ବୋଲି ଜିଦରେ ଅଡ଼ି ବସିଥିଲେ। ଏହା ପରେ ମହିଳା କନେଷ୍ଟବଳ ଜଣକ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୩୮୫/୧୯ କେସ ରୁଜୁ କରାଯାଇ ପୁରୁଷ କନେଷ୍ଟବଳଙ୍କୁ ଅଟକ ରଖିଛି।

Comments are closed.