Odisha Link
Bridging the Missing Links in Odisha

ବାରବାଟୀ ପାଇଁ ୮୦ ପ୍ଲାଟୁନ୍‌ ଫୋର୍ସ : ଡିଜିପି

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ମ୍ୟାଚ ପାଇଁ ଷ୍ଟାଡିୟମର ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅଭୟ। ଏହା ସହିତ ପୋଲିସ କମିଶନର କଟକ ଡିସିପି ଏବଂ ଟ୍ରାଫିକ୍‌ ଡିସିପି ଉପସ୍ଥିତ ଥିଲେ। ବାରବାଟୀ ସୁରକ୍ଷା ଯାଞ୍ଚ କରି ସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ସେ କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମ ସୁରକ୍ଷାର ସମସ୍ତ ବନ୍ଦୋବସ୍ତ ସରିଛି। ଷ୍ଟାଡିୟମର ସୁରକ୍ଷା ଦାୟିତ୍ବରେ ରହିବେ ୮୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ କରାଯାଇଛି। ତା ସହିତ ସୁରକ୍ଷା ତଦାରଖ ପାଇଁ ଲ ଆଣ୍ଡ ଅର୍ଡର ଏବଂ ଗୁଇନ୍ଦା ଡିଜି ମଧ୍ୟ ଉପସ୍ଥିତ ରହିବେ।
ସୂଚନାଯୋଗ୍ୟ ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ଦିନିକିଆ ମ୍ୟାଚ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ବାରବାଟୀରେ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ।

Comments are closed.