Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଜାରି

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ମତଦାନ ଚାଲିଛି। ଏସବୁ ଆସନ ପାଇଁ ମୋଟ ୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ମୋଟ ୪୦ ଲକ୍ଷ ୫ ହଜାର ୨୦୦ ଭୋଟର ଏଡି ଭାଗ୍ୟ ନିର୍ଦ୍ଧାରଣ କରି​‌ବେ। ଏହି ପର୍ଯ୍ୟାୟରେ କଂଗ୍ରେସ-ଜେଏମଏମ-ଆରଜେଡି ମେଣ୍ଟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ହେମନ୍ତ ସୋରେନଙ୍କ ସମେତ ରଣଧୀର ସିଂହ, ରାଜ ପାଲିସ୍ବାର ଏବଂ ଲୁଇସ ମାରାଣ୍ଡିଙ୍କ ଭଳି ହେଭିୱେଟ୍‌ ନେତାମାନେ ପ୍ରତିଦ୍ବନ୍ଦିତା କରୁଛନ୍ତି।

୨୦୧୪ ନିର୍ବାଚନରେ ଏହି ୧୬ଟି ଆସନ ମଧ୍ୟରୁ ବିଜେପି ଏବଂ ଜେଏମଏମ ୬ଟି ଲେଖାଏ ଆସନରେ ବିଜୟୀ ହୋଇଥିଲେ। ଅନ୍ୟପଟେ କଂଗ୍ରେସ ୩ ଏବଂ ଜେଭିଏମ ଗୋଟିଏ ଆସନ ପାଇଥିଲା। ୨୦୧୯ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁନୀଲ ସୋରେନ ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କୁ ପରାଜିତ କରିଥିଲେ। ମୋଟ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟରେ ୬୫ ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଆସନ୍ତା ୨୩ ତାରିଖରେ ଭୋଟ ଗଣତି ହେବ ଏବଂ ସେହିଦିନ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ।

Comments are closed.