Odisha Link
Bridging the Missing Links in Odisha

ପୁଣି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କେଲେ ନିରଞ୍ଜନ

ବନେଶ୍ୱର: ଏନଆରସି ଓ ସିଏଏକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ତାଙ୍କୁ ଜଣେ ପରେ ଜଣେ ରାଜନେତା ସମାଲୋଚନା କରିବାରେ ଲାଗିଛନ୍ତି । ପ୍ରଥମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପରେ ଶନିବାର ପୁଣି ନିରଞ୍ଜନ ପଟ୍ଟନାୟକଙ୍କୁ ନବୀନଙ୍କୁ ସମାଲୋଚନା କରିବା ସହ କଟାକ୍ଷ କରିଛନ୍ତି ।
ଆଜି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆତ୍ମରକ୍ଷା ପାଇଁ ନବୀନ ବାବୁ ସବୁ ଜଳାଞ୍ଜଳି ଦେଇଛନ୍ତି । ନବୀନ ବାବୁଙ୍କ ନାଁ ଅଛି ନୀତି, ଆଦର୍ଶ ନା ବିଚାରଧାରା ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ସୂଚାନ ଅନୁସାରେ ଗତ ବୁଧବାର ଏନଆରସି ଓ ସିଏଏକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ନାଗରିକଙ୍କ ଉପରେ ସିଏଏର କିଛି ପ୍ରଭାବ ପଡ଼ିବନି । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ସିଏଏକୁ ଆମେ ସମର୍ଥନ କରୁଛୁ । ତେବେ ଆମେ ଏନଆରସିକୁ ସମର୍ଥନ କରୁନାହୁଁ । ଏନଆରସି ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ସ୍ପଷ୍ଟ କରିଛି । ଏଥିସହ ଗୁଜବ ଉପରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ସେହିପରି ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ ।

Comments are closed.